ଜେଲ ପାଚେରୀ ଡେଇଁ ଦୁଇ ବିଚାର ଧୀନ କଏଦୀ ଫେରାର

ଅନୁଗୋଳ ଜିଲ୍ଲା ପାଲଲହଡ଼ା ର ଉପକାରାଗାର ରୁ ଜେଲ୍ ପାଚେରୀ ଡେଇଁ ଦୁଇଜଣ କଏଦୀ ଫେରାର ହୋଇ ଯାଇଛନ୍ତି। ଘଟଣାରୁ ଜଣାପଡିଛି କି ବଡ଼ଭାଇକୁ ମରଣାତକ ଆକ୍ରମଣ କରି ସାନ ଭାଇ ବସନ୍ତ ମହାକୁଳ ଗତ ମାର୍ଚ୍ଚ 31 ତାରିଖରେ ପାଲଲହଡା ପୋଲିସ ଦ୍ୱାରା ଗିରଫ ହୋଇ ବିଚାର ଧୀନ କଏଦି ଭାବରେ ପାଲଲହଡା ଉପ କାରାଗାର ରେ ରହିଥିଲା ।ଠିକ ସେଇଭଳି ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ ସାନ ଭଉଣୀର ମୁଣ୍ଡ ଫଟାଇ ଥିବା ଅଭିଯୋଗରେ ଖମାର ପୋଲିସ ଗତ ଜୁନ 5 ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଜାମିନ ନାମଞ୍ଜର ହେବାରୁ ନେଣ୍ଟୁ ନାଏକ ମଧ୍ୟ ପାଲଲହଡା ଉପକାରାଗାର ରେ ବିଚାର ଧୀନ କାଇଦି ଭାବରେ ବନ୍ଦୀ ଥିଲା ।ଉଭୟ ଦୁଇଜଣ ଆଜି ରାତିରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ପାଲଲହଡା ଜେଲର ଶ୍ରୀମତୀ ସସ୍ମିତା ବେହେରା ଚୂଚନା ଦେଇଛନ୍ତି ।

Share this…
Share on Facebook

Facebook