ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି । ଆଜି ୧୨ଘଣ୍ଟିଆ ଓଡିଶା ବନ୍ଦ, କଂଗ୍ରେସର ସମର୍ଥନ ।

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ବିଜେବି କଲେଜ ଯୁକ୍ତ-୩ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି କରି ଏହି ବନ୍ଦ ଡାକରା ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇଛି କଂଗ୍ରେସ । ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା ସହ ରାସ୍ତା ରୋକ, ରେଳ ଚଳାଚଳ ବନ୍ଦ କରିବା ଆଶଙ୍କା ଥିବାରୁ ସବୁ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି ।

ସରକାରୀ ଅଫିସ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଗରେ ବିକ୍ଷୋଭ ଓ ପିକେଟିଂ କରିବା ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ହେଡ୍ସ ଅଫ୍ ଡିପାର୍ଟମେଂଟ୍ ବିଲ୍ଡିଂରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ସକାଳ ୧୦ଟା ୧୫ରେ ବନ୍ଦ କରାଯିବ । ଯିବା-ଆସିବା ପଛ ଦ୍ୱାରରେ ନିୟନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଲୋକସେବା ଭବନରେ ପରିଚୟ ପତ୍ର ଓ ପାସ୍ କଡ଼ାକଡ଼ି ଭାବେ ଯାଂଚ କରାଯିବ । ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି କରି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସମେତ କିଛି ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁଇସାଇଡ୍ ନୋଟରେ ରୁଚିକା, ତିନି ଜଣ ସିନିୟର ନିର୍ଯାତନା ଦେଉଥିବା କଥା ଲେଖିଥିଲେ । ତେବେ ପ୍ରାଥମିକ ତଦନ୍ତ ପରେ ରାଗିଂ ସଂପର୍କରେ କୌଣସି ସୁରାକ୍ ମିଳିନଥିବା କହିଥିଲା କମିସନରେଟ୍ ପୁଲିସ ।

Share this…
Share on Facebook

Facebook