ନିଶ୍ଚିନ୍ତକୋଇଲି ତହସିଲ ଅଞ୍ଚଳରେ ଜମି ମାଫିଆ ସକ୍ରିୟ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ର କାର୍ଯ୍ୟ ରେ ଚରମ ଅବହେଳା ପାଇଁ ଜମି ବିକ୍ରେତା ମାଫିଆ ମାନେ ସକ୍ରିୟ ହୋଇ ଉଠିଲେଣି । ଜମି ମାଫିଆ ମାନେ ତହସିଲ କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ହାତଗୁଂଜା ଦେଇ ଜମିର ପାର୍ଶ୍ଵ ପରିବର୍ତ୍ତନ କରିବା ସହିତ ୩ମାସ ମଧ୍ୟରେ ୩ଥର ଜମି ମିଉଟେସନ ,ଏପରିକି ଅନଲାଇନ ଭୁଲେଖ ସାଇଟ ରେ ମଧ୍ୟ ଜମି ମାଲିକାନା ନାମକୁ ଚଂଚକତା କରାଯାଇଛି । ଏହାର ଏକ ନଗ୍ନ ନମୁନା ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ରହିଥିବା କଟକ ଚାନ୍ଦବାଲି ରାସ୍ତା ପାର୍ଶ୍ଵ ରିସୋ ମୌଜା ରେ ଦେଖିବାକୁ ମିଳିଛି । ଜିଗ୍ନିପୁର ଗ୍ରାମ ପଞ୍ଚାୟତ ମହାଜନପୁର ଗାଁ ର ସୀତାଂଶୁ କୁମାର ଦାସ ଙ୍କ ଜମିକୁ ଚଂଚକତା କରି ନେବାପାଇଁ ଜମି ଦଲାଲ ମାନେ ସକ୍ରିୟ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ଶ୍ରୀ ଦାସ କଟକ କଲେକ୍ଟର ଙ୍କ ଠାରୁ ଆରମ୍ଭ କରି, ସାଲେପୁର ଥାନା ରେ କେସ ନଂ 212/2022ରେ ଏକ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ କି ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମହାପାତ୍ର, ରିସୋ, କେନ୍ଦୁପାଟଣା, ଥା -ସାଲେପୁର ଙ୍କ ପୁତ୍ର ମାନେ ୧୯୯୮ ମସିହାରେ, ଦଲିଲ ନଂ 1356 ରେ ଏକ ନିଦ୍ଧିଷ୍ଟ ଜମିକୁ ସୀତାଂଶୁ କୁମାର ଦାସ, ପି-ଧରଣୀଧର ଦାସ ଙ୍କୁ ବିକ୍ରୟ କରିବା ସହିତ ପୁରୁଣା ଦଲିଲ କୁ ସଂଶୋଧନ କରି ତହସିଲ କାର୍ଯ୍ୟାଳୟରେ ନୂତନ ଦଲିଲ ହାସଲ କରିଥିଲେ । ଆଦ୍ୟାବଧି ସୀତାଂଶୁଙ୍କ ପରିବାର ସରକାରୀ ଖଞ୍ଜଣl ପୈଠ କରି ଆସୁଛନ୍ତି ଓ ନିଜ ଜମିର ଅଧିକାର ସମ୍ବଂନ୍ଧିୟ କାଗଜ ପତ୍ର ହାସଲ କରିଥିଲେ ମଧ୍ୟ ଏବେ ଏଥିରେ କିଛିଟା ବିଚିତ୍ରତା ଦେଖିବାକୁ ମିଳିଛି । ହେଲେ ଜମି ବିକ୍ରେତା ଦୁର୍ୟୋଧନ ମହାପାତ୍ରଙ୍କ ମୃତ୍ୟୁ ପରେ ପୁତ୍ର ପ୍ରସନ୍ନ ମହାପାତ୍ର ନିଜସ୍ୱ ନାମରେ ଜମି ପଟ୍ଟା ନିଶ୍ଚିନ୍ତକୋଇଲି ତହସିଲ ରୁ ବାହାର କରିବା ଓ ବହୁତ ଚତୁରତାର ସହିତ, ଜମିର ମୂଳ ନକ୍ସାରେ ସୀତାଂଶୁ କିଣି ଥିବା ଜମି ର ସ୍ଥାନ ପରିବର୍ତ୍ତନ କରିଦେଇଥିବାର ଅଭିଯୋଗ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ଯଦି ଆର. ଆଇ ଅଫିସ ଓ ତହସିଲ ଅଫିସ ରେ ଏହା ସମ୍ଭବ ହୋଇ ପାରୁଛି ତେବେ ସାଧାରଣ ଲୋକଟେ ଏକ ଜମି ଜମାର ସମସ୍ୟା ସମାଧାନ ପାଇଁ ବର୍ଷ ବର୍ଷ ଧରି ତହସିଲ କୁ ଦୌଡ଼ି ଦୌଡି ନିରାଶ ହେଉଛି କାହିଁକି ? ଏପରିକି ପ୍ରସନ୍ନ ନିଜ ନାମରେ ଚଞ୍ଚକତା କରି କିଣିଥିବା ଜମିକୁ ପୁନର୍ବାର ଚତୁରତାର ସହ ନିଜ ସ୍ତ୍ରୀ ପ୍ରଭାଶିନିଙ୍କ ନାମରେ କରିଦେଲେ ଓ ପରବର୍ତ୍ତୀ ସମୟରେ ପ୍ରଭାସିନୀ ବିକ୍ରୟ କରିଦେଲେ ସାଲେପୁର ଥାନା ଫୋଗଳ ଅଞ୍ଚଳର ଶ୍ରୀମତୀ ଦମୟନ୍ତୀ ପଳେଇ ଙ୍କୁ , ଯାହାକି ଦଲିଲ ନଂ 1594, ତା 18.05.22ରିଖରେ ସାଲେପୁର ସବରେଜିଷ୍ଟାର ଅଫିସରେ ସମ୍ପାଦନ ହୋଇଛି. ଆଶ୍ଚର୍ଯ୍ୟ କଥା ହେଉଛି, ତିନିମାସ ମଧ୍ୟରେ ତିନିଥର ବିକ୍ରି -ଖରଧୀ ଡ୍ରାମା ସରିବା ସହିତ, କିଭଳି ଭାବରେ ଜମି ସଂକ୍ରାନ୍ତୀୟ କାଗଜ ପତ୍ର ଗୁଡିକ ଚଂଚକତାର ସହ ପ୍ରସ୍ତୁତ ହୋଇ ପାରିଲା? ଶୁଣିବାକୁ ମିଳିଛି କି ଭଲ ମୂଲ୍ୟରେ ବାବୁ ପ୍ରସନ ଜମି ବିକିଛନ୍ତି, କିନ୍ତୁ ଏବେ ସୀତାଂଶୁ ଆଇନ ସହଯୋଗରେ ନିଜ ଜମିରେ ନିର୍ମାଣ କାର୍ଯ୍ୟ ଜାରିରଖିଛନ୍ତି । ମାତ୍ର ଏ ସମ୍ପର୍କରେ ଆମେ ତହସିଲ ଦାରଙ୍କୁ ଯୋଗାଯୋଗ କରିବାକୁ ଚାହିଁ ଥିଲେ ମଧ୍ୟ, ସେ କାର୍ଯ୍ୟ ବ୍ୟସ୍ତତା ଥିବାରୁ ମତାମତ ଦେବା ପାଇଁ ଆଜି ଆସ କାଲି ଆସ କହି ବିଳମ୍ବ କରିଥିଲେ । ମାତ୍ର ସୀତାଂଶୁ ଆଇନ ବାଟରେ ଯାଇ ପୋଲିସ ଉଚ୍ଚ କତୃପକ୍ଷଙ୍କ ଆବେଦନ କରି ଓ ମାନ୍ୟବର କୋର୍ଟ ଙ୍କ ସହଯୋଗ ନେଇଥିଲେ । ଏହିମାମଲା ଭିର୍ଣ୍ଣ ରୂପ ନେଲାଣି । ଏପଟେ ଏହା ଉପରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଶ୍ରୀ ଦାସ ଦାବି କରିଛନ୍ତି । ଆଉ ଚଞ୍ଚକତା କରି ଜମି ବିକିଥିବା ବିକ୍ରେତା ମାନଙ୍କ ବିରୁଦ୍ଧରେ ଏବଂ ଏଥିରେ ସହଯୋଗ କରିଥିବା ତହସିଲର ଅଫିସର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଦାସ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । (byte) ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook