ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ପିକପ୍ । ଆହାତଙ୍କୁ ଉଦ୍ଧାର ପରିବର୍ତେ ମଦ ବୋହି ନେଲେ ଲୋକେ ।

ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଛପୋଲିଆ ନିକଟରେ ଓଲଟିଲା ମଦ ବୋଝେଇ ପିକପ୍, ଆହାତଙ୍କୁ ଉଦ୍ଧାର ପରିବର୍ତେ ମଦ ବୋହି ନେଲେ ଲୋକେ ।
ମଦ ବୋଝେଇ ପିକପ୍ ଟି ବାଲେଶ୍ବର ରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଛପୋଲିଆ ନିକଟରେ ଓଲଟି ପଡିଥିଲା । ପିକପ୍ ଟି ରେ ୧୬ ଲକ୍ଷା ଟଙ୍କାର ମଦ ଥିବା ସୁଚନା ମିଳିଥିବା ବେଳେ ଲୋକମାନେ ଆହାତ ମାନଙ୍କୁ ଉଦ୍ଧାର କରିବା ପରିବର୍ତେ ମାନବିକତା ହରାଇ ମଦ ବୋହିନେଇ ଯାଉଥିବା ଦେଖିବାକୁ ମିଳିଛି । ଖବର ପାଇ ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପିକପ୍ ଜବତ କରିବା ସହ ତଦନ୍ତ କରୁଛନ୍ତି ।

Share this…
Share on Facebook

Facebook