ଶୈବ ପୀଠ ଅଭିମୁଖେ କାଉଡ଼ିଆ ।

ଆଜି ହେଉଛି ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର । ଏ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ । ପୁଣି ଥରେ ଭକ୍ତ ଓ ଭଗବାନ ଙ୍କର ହେବ ମହାମିଳନ । ଏ ନେଇ କାଉଡ଼ିଆ ମାନେ ଜଳାଶୟ ରୁ ଜଳ ନେଇ କାନ୍ଧରେ ବାହୁଙ୍ଗୀ ଧରି ଶୈବ ପୀଠ ଅଭିମୁଖେ ବାହାରିଛନ୍ତି। ବୋଲ ବମ.. ହର ହର ବମ..ଓଁ ନମଃ ଶିବାୟ ଧ୍ୱନୀ ରେ ପ୍ରକମ୍ପିତ ସାରା ପରିବେଶ। ଶ୍ରାବଣ ମାସରେ ମହାଦେବ ଙ୍କୁ ଜଳାଭିଷେକ କଲେ, ପୂଣ୍ୟ ମିଳିବା ସହ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଆଉ ସେହି ବିଶ୍ୱାସ ରେ ନିଜକୁ କଷ୍ଟ ହେଉ ପଛେ ,ପାଣି ଭାର ଧରି ଦୂର ଦୁରାନ୍ତ ରୁ ମାଇଲ ମାଇଲ ବାଟ ଚାଲି ଶୈବ ପୀଠ କୁ ଚାଲି ଚାଲି ଆସନ୍ତି କାଉଡ଼ିଆ ମାନେ । ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ବୋଲବମ ଯାତ୍ରା ବନ୍ଦ ଥିବା ବେଳେ। ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଲୁ ଙ୍କ ମନରେ ବେଶ ଉତ୍ସହ ଦେଖିବା କୁ ମିଳିଛି । ନୂଆ ବାହୁଙ୍ଗୀ , ଗଡ଼ଗଡ଼ିଆ ମାଳି, ରୁଦ୍ରାକ୍ଷ ମାଳା, ବୋଲବମ ପୋଷାକ ନେବା ନିମନ୍ତେ , ବିଭିନ୍ନ ଦୋକାନରେ ଭିଡ଼ ମଧ୍ୟ ଜମିଛି। ଚଳିତ ବର୍ଷ କାଉଡ଼ିଆ ମାନେ କଟକ ଗଡ଼ଗଡ଼ିଆ ଘାଟ ରୁ ଜଳଭାର ନେଇ ସାଲେପୁର ବିଭିନ୍ନ ଶୈବ ପୀଠ ଅଭିମୁଖେଯାତ୍ରା କରିବା ଦେଖିବାକୁ ମିଳିଛି । ଏହା ସହ ପ୍ରତିବର୍ଷ କଟକ ଗଡ଼ ଗଡ଼ିଆ ଘାଟରୁ କାଉଡ଼ିଆ ମାନେ ପୂଜାର୍ଚ୍ଚନା କରି ଜଳଭାର ନେଇ ବିଭିନ୍ନ ଶୈବ ପୀଠ ଅଭିମୁଖେଯାତ୍ରା କରିଥାନ୍ତି , ଯାହା ଆଜିଠାରୁ ଆରମ୍ଭ ହୋଇଯାଇଛି। ସେମାନେ ମହାନଦୀ ଗଡ଼ଗଡ଼ିଆ ଘାଟ ରେ ପହଞ୍ଚି ସ୍ନାନ କରିବାପରେ ,ବାଲୁକା ରେ ଶିବ ଲିଙ୍ଗ ସ୍ଥାପନ କରି ,ପୂଜାର୍ଚ୍ଚନା କରି ମହାନଦୀ ରୁ ପାଣି ଉଠାଇ ପୁରୀ ଲୋକନାଥ, ଭୁବନେଶ୍ୱର ଲିଙ୍ଗରାଜ, କପିଳାସ, ଧବଳେଶ୍ବର, ସିଦ୍ଧେଶ୍ୱର, ଲଡୁବାବା, ଆରଡ଼ି ଆଖଣ୍ଡଳମଣି ଓ ଗୋରଖନାଥ,ହଂସନାଥ,ଅଷ୍ଟଶମ୍ଭୁ ଓ ସାଲେପୁରର କଳାଗ୍ନୀ ମହାଦେବ ଭଳି ବିଭିନ୍ନ ଶୈବ ପୀଠ ନିମନ୍ତେ ଯାତ୍ରା କରିଛନ୍ତି କାଉଡ଼ିଆ | ମନୋଜ କୁମାର ସାହୁ, ସାଲେପୁର | MPX TV

Share this…
Share on Facebook

Facebook