ଖବର ଆଜିର, ତା-୧୮-୦୭-୨୦୨୨/ସୋମବାର

୧-ଇଂଲଣ୍ଡ ମାଟିରେ ୩ୟ ଥର ଦିନିିକିଆ ଶୃଙ୍ଖଳା ଜିତିଛି ଭାରତୀୟ କ୍ରିକେଟ୍‌ ଦଳ। ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଲ୍‌ରାଉଣ୍ଡ ସଫଳତା ଓ ଋଷଭ ପନ୍ତ୍‌ଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡକୁ ୫ ୱିକେଟରେ ଭାରତ ପରାସ୍ତ କରିଛି।

୨-ଉଦ୍ଧତ ପତ୍ନୀ: ଜିନ୍ସ ପିନ୍ଧିବାକୁ ମନା କରିବାରୁ ସ୍ଵାମୀକୁ ଛୁରି ଭୁଶି କଲା ହତ୍ୟା ।ଏମିତି ଚକିତ କରିବା ପରି ଘଟଣା ଝାଡଖଣ୍ଡର ଜାମତାଡାରେ ଦେଖିବାକୁ ମିଳିଛି

୩-ଆଜି ନାମାଙ୍କନ ଦାଖଲ କରିବେ ବିଜେପି ନେତୃତ୍ବାଧୀନ NDA ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦ୍ବୀପ ଧନଖର

୪-ଆଇସିଏସ୍‌ଇ ପରୀକ୍ଷା ଫଳ: ଓଡ଼ିଶାରେ ୯୯.୯୨% ପାସ୍‌

୫-ଯୁଦ୍ଧରେ ମଲେଣି ୫୦ ହଜାର ରୁଷ ସୈନ୍ୟ : ବ୍ରିଟେନ ପ୍ରତିରକ୍ଷା ମୁଖ୍ୟ।

୬-ଡିଜିଟାଲ ଋଣ ଆପ୍‌ରେ ଠକେଇ, ଆଉ ତିନି ଚୀନ ଠକଙ୍କ ନାଁରେ ଲୁକ୍‌ଆଉଟ ସର୍କୁଲାର,

୭-ନିର୍ମିତ ହେବ ମାଁ ସମଲେଶ୍ୱରୀଙ୍କ ରୂପା ପରଭା ଓ ଛତ୍ର

୮-ଦିନ ଥିଲା ମୁଁ ଆପଣଙ୍କ ପାର୍ଟିର ଥିଲି, ଭୋଟିଂର ଠିକ୍ ପୂର୍ବରୁ ବିଜେପି ନେତାଙ୍କୁ ଯଶଓ୍ଵନ୍ତଙ୍କ ଭାବୁକ ଅପିଲ୍

୯-ଭୀଷଣ ଗରମର ପ୍ରଭାବ, ୨୦୨୨ର ପ୍ରଥମ ଛଅ ମାସରେ ବିକ୍ରି ହୋଇଛି ୬୦ ଲକ୍ଷ AC ।

୧୦-୭୦ ବର୍ଷ ପରେ ଭାରତରେ ପୁଣି ଦେଖିବାକୁ ମିଳିବ ଚିତା, ୧୯୫୨ରେ ଘୋଷିତ ହୋଇଥିଲା ବିଲୁପ୍ତ ପ୍ରାଣୀ ।

୧୧-ମୋ ସମ୍ପର୍କୀୟମାନେ ମୋତେ ଧୋକା ଦେଇଛନ୍ତି: ମାୟାବତୀ ।
NDA ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ।

୧୨-ଲଗାଣ ବର୍ଷାରେ ଉବୁଟୁବୁ ଆଭ୍ୟନ୍ତରୀଣ ଓଡ଼ିଶା: ସୁଧୁରୁନି ମାଲକାନଗିରି ମୋଟୁ ସ୍ଥିତି ।

୧୩-ବଢ଼ିବାରେ ଲାଗିଛି ଛତିଶଗଡ଼ କଂଗ୍ରେସରେ ଅସନ୍ତୋଷ, ସିଂହଦେଓଙ୍କ ଇସ୍ତଫାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନ।

୧୪-ସ୍ପାଇସ୍‌ ଜେଟ୍‌ର ଉଡ଼ାଣକୁ ବନ୍ଦ କରନ୍ତୁ: ସିରିଏଲ ତ୍ରୁଟି ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଆଗତ ହେଲା ମାମଲା ।

୧୫-ପ୍ରବଳ ବର୍ଷା କାହିଁକି ହେଉଛି, ବାଦଲ ଫାଟିବା ପଛରେ ବିଦେଶୀ ଶକ୍ତିର ଷଡ଼ଯନ୍ତ୍ର: KCR।

୧୬-ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଶୈବ ପୀଠରେ ଚଳଚଞ୍ଚଳ।

୧୭-କଂଗ୍ରେସ ନେତା ମାର୍ଗେଟ୍ ଅଲଭାଙ୍କ ନାମ ଭାରତର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିରୋଧୀ ଦଳ ଘୋଷଣା କରିଛି।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook