ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ନ ଥିବା ରୁ ଆନ୍ଦୋଳନ କୁ ଓଲ୍ହାଇଲେ ଛାତ୍ରଛାତ୍ରୀ

ପ୍ରବଳ ବର୍ଷା ରେ ଛାତ୍ରଛାତ୍ରୀ ସ୍କୁଲ ଗେଟ ରେ ତାଲା ପକାଇ ଗେଟ ଆଗରେ ଧାରଣା ରେ ବସିଲେ । ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ନ ଥିବାରୁ ପ୍ରତିବାଦ କରି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ସରକାର ଙ୍କର 5t ରେ ଅନ୍ତର୍ଭୁକ୍ତ ହେଇଛି ଏହି ସ୍କୁଲ । ବାହାର ଟା ରଙ୍ଗ ବେରଙ୍ଗ ରେ ଏକ ଦମ ଚକ ମକ କିନ୍ତୁ ଭିତରଟା ପୁରା ଶିନ। ଭଲରେ ଟିକେ ଦେଖନ୍ତୁ ଏ ହେଉଛି ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର। ସ୍କୁଲରେ ନାହାନ୍ତି ଶିକ୍ଷକ ,ଯେଉଁଥି ପାଇଁ ରାଜ ରାସ୍ତାରେ ଏବେ ଛାତ୍ରଛାତ୍ରୀ। ଶିକ୍ଷାବିଭାଗର ଅବେବସ୍ଥା ଭିତରେ ଔପଦା ବଡ଼ପୋଖରୀ ଶିକ୍ଷା ବ୍ୟବସ୍ଥା। ସରକାର ଶିକ୍ଷା ବ୍ୟବସ୍ଥା କୁ ନେଇ ଡିମଡିମା ପିଟୁଥିବା ବେଳେ । ସାମ୍ନାକୁ ଆସିଛି ପିଲାମାନଙ୍କର ଆଉ ଏକ ଆନ୍ଦୋଳନ ର ଚିତ୍ର । ଆଜି ଔପଦା ବ୍ଳକ ବଡ଼ପୋଖରୀ ର ଦନ୍ତୁର ନୋଡାଲ ହାଇସ୍କୁଲ ରେ ରାସ୍ତା ଓ ଗେଟ ସମ୍ମୁଖରେ ସ୍କୁଲ ଡ୍ରେସ ପିନ୍ଧି ପିଲା ଓ ଅଭିବାବକ ମାନେ କରୁଛନ୍ତି ଆନ୍ଦୋଳନ। ସ୍କୁଲରେ ଶିକ୍ଷକ ନାହାନ୍ତି ଆମେ ପାଠ ପଡ଼ିବୁ କେମିତି ,ପାଠ ପଢ଼ାରେ ଆମକୁ ବହୁତ ଅସୁବିଧା ହେଉଛି। କେହିବି ଆମ କଥା ବୁଝୁ ନାହାଁନ୍ତି । ଏମିତି କିଛି ଅଭିଯୋଗ କୁ ନେଇ ଏବେ ସ୍କୁଲ ଆଗରେ ଗେଟ ରେ ତାଲା ପକାର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି। ଯେଉଁ ମାନେ ଆନ୍ଦୋଳନ ବୋଲି କିଛି ଜାଣିନାହାନ୍ତି ତାଙ୍କର ଭବିଷ୍ୟତ ପାଇଁ ସେମାନେ ଆଜି ରାଜରାସ୍ତାରେ । ପାଠ ପଢି ଭବିଷ୍ୟତ ଗଢିବା ବଦଳରେ ଆଜି ପ୍ରତିବାଦ କରିଛନ୍ତି। ସରକାର ଙ୍କର ଏ କି ପ୍ରକାର ଶିକ୍ଷା ବ୍ୟବସ୍ଥା ।

ଅଭିଯୋଗ ହେଉଛି ଯେ ଏହି ସ୍କୁଲରେ ଚାରି ଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ଛଅ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ପ୍ରଧାନ ଶିକ୍ଷକ ଅବସର ନେବାପରେ ପ୍ରଧାନଶିକ୍ଷକ କେହିବି ନିଯୁକ୍ତି ହେଇନାହାନ୍ତି। ଏହି ସ୍କୁଲ ଉପରେ ଅନେକ ଆଦିବାସୀ ଓ ହରିଜନ ପିଲା ନିର୍ଭର କରନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ନ ଥିବାରୁ ଠିକ ରେ ପାଠପଢ଼ା ହେଇପାରୁନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଏବାବଦରେ ସ୍କୁଲ ର କର୍ମକର୍ତ୍ତା ଓ ଅଭିଭାବକ ମାନେ ଗୋଷ୍ଠୀଶିକ୍ଷାଅଧିକାରୀ ଔପଦା ମହୋଦୟ ଙ୍କୁ ଅନେକ ଥର ଜଣାଇ ଥିଲେବି ଏପର୍ଯ୍ୟନ୍ତ କିଛି ବି ଶୁଫଳ ମିଳୁଥିବା ନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ସେହିପରି ବଡ଼ପୋଖରୀ ପଂଚାୟତ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟର ର କଥା ଏଠି ପଚାଶ ରୁ ଉର୍ଦ୍ଧ୍ବ ସମସ୍ତ ଆଦିବାସୀ ପିଲା ପଢ଼ୁଥିବା ବେଳେ ଏଠାରେ ଜଣିଏ ଶିକ୍ଷୟିତ୍ରୀ ଅଛନ୍ତି ବୋଲି ଜଣାପଡିଛି। ଯଦି ସକାର ତୁରନ୍ତ ଏହି ସ୍କୁଲ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତ ନ ଦିଅନ୍ତି ତାହାଲେ ଆନ୍ଦୋଳନ ସବୁଦିନ ପାଇଁ ଜାରି ରହିବ ବୋଲି ଅଭିବାବକ ମାନେ ଚେତାବନୀ ଦେଇଛନ୍ତି ।

Share this…
Share on Facebook

Facebook