ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁରରେ ସମବାୟ ନିର୍ବାଚନରେ ବାଜିମାରିଲା କଂଗ୍ରେସ : ସଭାପତି ଭାବେ ନିର୍ବାଚିତ ହେଲେ ସୁଦର୍ଶନ ମାଉନ୍ତ

ଚାନ୍ଦବାଲି ବ୍ଲକର ମୌସୁଧା ପଂଚାୟତ ଓ ଜଲେଶ୍ବରପୁର ପଂଚାୟତକୁ ନେଇ ଜଳେଶ୍ବରପୁର ସେବା ସମବାୟ ଗଠିତ । ଦ୍ୱିତୀୟ ପର୍ଯ୍ୟୟ ସମବାୟ ନିର୍ବାଚନରେ ଜଳେଶ୍ୱରପୁର ସେବା ସମବାୟରେ କଂଗ୍ରେସ ଦଳ ବାଜି ମାରି ନେଇଛି , ସଭାପତି ଭାବେ ସାଷକ ଦଳକୁ ହରାଇ କଂଗ୍ରେସ ଦଳର ସଭାପତି ପ୍ରାର୍ଥୀ ସୁଦର୍ଶନ ମାଉନ୍ତ ବିଜୟ ହୋଇଛନ୍ତି । ଶ୍ରୀ ମାଉନ୍ତ ମଧ୍ୟ ପୁର୍ବରୁ ଜଳେଶ୍ୱରପରୁ ସେବା ସମବାୟ ସମିତିରେ ସଭାପତି ଥିଲେ । ଏହି ବିଜୟ ପରେ ଶ୍ରୀ ମାଉନ୍ତ ଦୁଇ ପଂଚାୟତର ଚାଷୀଭୂକ ସ୍ବାର୍ଥ ପାଇଁ ସର୍ବଦା କାର୍ଯ୍ୟକରିବେ ବୋଲି ଗଣମାଧ୍ୟମ ଅଗରେ ପ୍ରକାଶ କରିଥିଲେ । ଏହି ବିଜୟ ଉତ୍ସବରେ ୯ ଜଣ ବୋଡ଼ ମେମ୍ବରଙ୍କ ସହ କଂଗ୍ରେସ ଦଳର ଯୁବ ନେତା ଅଜୟ ଦାସ,ଶକ୍ତିପ୍ରତାପ ବିଶ୍ଵାଳ, ଅଭୟ ସାହୁ, ବିଜେପି ନେତା ରମାକାନ୍ତ ଭୋଳ, ଦିଲିପ ନାୟକଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

Share this…
Share on Facebook

Facebook