୨୨ ରୁ ୨୨ ସେବା ସମବାୟ ସମିତିର ସଭାପତି ଆସନରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବିଜୟୀ

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୨୨ ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନରେ ୨୨ ରୁ ୨୨ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସୁକରପଡା ଡାକ ବଙ୍ଗଳା ପରିସରରେ ବିଜୁ ଦଳର ସମର୍ଥନ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନ ରେ ୨୨ରୁ୨୨ ଆସନରେ ବିଜୟ ଲାଭ କରିଥିବା ସଭାପତି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଚାଷୀମାନଙ୍କ ସହିତ ରହି ତାଙ୍କର ସମସ୍ତ ସମସ୍ୟାକୁ ଦୃଷ୍ଟିକୁ ଆଣିଲେ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ ।

ଏପରିକି ସେବା ସମବାୟ ସମିତି ଗୁଡିକୁ ଅଧିକ କ୍ରିୟାଶୀଳ କରାଯିବା ପାଇଁ ସରକାରୀ ସ୍ତରରେ ଯାହାକିଛି ସୁବିଧା କରାଯାଇପାରିବ ତାହାପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମବାୟ ସମିତି ନିର୍ବାଚନ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡିର ବାଜିମାତ ହୋଇଥିବାରୁ ଚାଷୀମାନେ ମଧ୍ୟ ଅଧିକ ଖୁସି ଅଛନ୍ତି । ଆଗାମୀ ଦିନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ କିପରି ଚାଷୀ ମାନେ ସହଜରେ ଓ ସୁବିଧା ରେ ସେବା ପାଇ ପାରିବେ ତାହା ପ୍ରତି ଗୁରୁତ୍ଵ ଦେବା ପାଇଁ ବିଧାୟକ ଶ୍ରୀ ଜେନା ସମସ୍ତ ସଭାପତି ମାନଙ୍କୁ ନିର୍ଦେଶ ଦେଇଥିଲେ ।

ଏହି ଅବସରରେ ସମସ୍ତ ସଭାପତି ମାନେ ଆଗାମୀ ଦିନରେ ଚାଷୀ ଭାଇମାନଙ୍କ ର ଯାହାକିଛି ସମସ୍ୟା ରହିବ ତାହାକୁ ସମାଧାନ କରିବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିବେ ବୋଲି ଶପଥ ଗ୍ରହଣ କରିଛନ୍ତି ।

Share this…
Share on Facebook

Facebook