ଚୋରା ମଦ ଧରିବାକୁ ଯାଇ ଛେଚା ଖାଇଲେ ଚାରି ଅବକାରୀ ବିଭାଗ ର କର୍ମଚାରୀ

ଚୋରା ମଦ ଧରିବାକୁ ଯାଇ ଛେଚା ଖାଇଲେ ଅବକାରୀ କର୍ମଚାରୀ l ସୂଚନା ମୁତାବକ ଆଜି ରାତି 8 ଟା ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଫାସୀ ଅଞ୍ଚଳରେ ଚୋରା ମଦ କାରବାର ନେଇ ଖବର ପାଇଥିଲା ଖଲ୍ଲିକୋଟ ଅବକାରୀ ବିଭାଗ l ଏହି ମଦ କାରବାର କୁ ଧରିବାକୁ ଅବକାରୀ ବିଭଗାର ଚାରି ଜଣିଆ ଗୋଟିଏ ଟିମ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମଦ ମାଫିଆ କର୍ମଚାରୀ ମାନଙ୍କୁ ହଟହଟା କରିବା ସହିତ ନିସ୍ତୁକ ମାଡ଼ ମାରିଥିବା କୋଦଳା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ଅଘଟଣାରେ ରେ ଖଲ୍ଲିକୋଟ ଅବକାରୀ ବିଭାଗ ର ASI ଜି. କାମେଶ୍ୱର, ଓ କର୍ମଚାରୀ ଏସ. ପର୍ଶୁରାମ ରେଡ୍ଡୀ, କାହ୍ନୁ ଚରଣ ନାହାକ, ମନୋଜ କୁମାର ଲେଙ୍କା ଆହତ ହୋଇଥିବା ବେଳେ କୋଦଳା ମେଡ଼ିକାଲରେ ଚିକିତ୍ସିଚିତ ହୋଇଛନ୍ତି
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Share this…
Share on Facebook

Facebook