ଖବର ଆଜିର, ତା-୧୫-୦୭-୨୦୨୨/ଶୁକ୍ରବାର

୧-ଯୁବ ବାମହାତି ଫାଷ୍ଟବୋଲର ରିସ୍‌ ଟପ୍‌ଲିଙ୍କ ୬ ୱିକେଟ ଦଖଲ ବଳରେ ୨ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୧୦୦ ରନ୍‌ର ବଡ଼ ବ୍ୟବଧାନ​ରେ‌ର ଭାରତକୁ ପରାସ୍ତ କରିଛି

୨-ବିବାହରୁ ମୁହଁ ଫେରାଉଛନ୍ତି ଯୁବପିଢି ! ଦେଶରେ ଅବିବାହିତ ଯୁବବର୍ଗଙ୍କ ସଂଖ୍ୟାରେ ବୃଦ୍ଧି-ସର୍ଭେ।

୩-ଜୁଲାଇ ୨୩ରେ ରାଷ୍ଟ୍ରପତିଙ୍କୁ ସଂସଦରେ ଦିଆଯିବ ବିଦାୟ କାଳୀନ ସମ୍ୱର୍ଦ୍ଧନା

୪-ସୋନିଆ ଗାନ୍ଧୀଙ୍କ ଇଡିର ନୋଟିସ ପରେ ଆକ୍ସନ ମୋଡରେ କଂଗ୍ରେସ । ଜୁଲାଇ ୨୧ ରେ ସାରା ଦେଶରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି

୫-ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ଘଟଣା : ତଦନ୍ତ ପାଇଁ କମିଟି ଗଠିତ, ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା

୬-ଦିଘା ସମୁଦ୍ରରେ ଉଠିଲା ୧୫ ଫୁଟର ଜୁଆର, ବହୁ ବର୍ଷ ପରେ ମଜା ଉଠାଇଲେ ପର୍ଯ୍ୟଟକ

୭-ଖରସ୍ରୋତା ନଦୀକୁ ଡେଇଁ ନାବାଳିକା ନିଖୋଜ ଘଟଣା, ଉଦ୍ଧାର ହେଲା ମୃତଦେହ

୮-ପରସ୍ପରର ପ୍ରେମରେ ପଡିଲେ ଲଳିତ ମୋଦୀ ଏବଂ ସୁସ୍ମିତା ସେନ, ସେୟାର କଲେ ଫଟୋ, ଶୀଘ୍ର କରିବେ ବିବାହ

୯-ରାଷ୍ଟ୍ରପତି ପଦରୁ ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା, ସଂସଦ ଅଧ୍ୟକ୍ଷ ଅଭୟବର୍ଦ୍ଧନେ ଦେଲେ ସୂଚନା

୧୦-ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଋଷି ସୁନକ, ଦ୍ଵିତୀୟ ରାଉଣ୍ଡ ଭୋଟିଂ ବି ଜିତିଲେ ।

୧୧-ଶ୍ରୀଲଙ୍କାରେ ପରିସ୍ଥିତି ସମ୍ଭାଳିଲା ସେନା, ବିଭିନ୍ନ ସ୍ଥାନରେ ଜନତା-ଫୋର୍ସ ମୁହାଁମୁହିଁ ୧ ମୃତ, ୪୫ ଆହତ

୧୨-ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ, ୟୁଏଇରୁ କେରଳ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ

୧୩-ଆଜି ଠାରୁ ଆରମ୍ଭ ହେବ ୭୫ ଦିନିଆ- ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’

୧୪-ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ ସମର୍ଥନ ଦେବା ନେଇ ଘୋଷଣା କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

୧୫-ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଓ ପାଚନ ସମସ୍ୟା ଉପରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁଲାଇ ୧୭ରେ ଅନ୍ତର୍ଜାତୀୟ କର୍ମଶାଳା ।

୧୬-୧୮ ବର୍ଷ ପୁରୁଣା ମାନବ ଚାଲାଣ ମାମଲା: ଦଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍ ।

୧୭-ପୁଣି ଠପ୍‌ ହେଲା ଟୁଇଟର୍‌; ଅସୁବିଧାର ସାମ୍ନା କଲେ ୟୁଜର୍ସ,୬ ମାସରେ ଦ୍ୱିତୀୟ ଘଟଣା।

୧୮-ଖୁବ୍‌ଶୀଘ୍ର ‘କୌନ ବନେଗା କରୋଡ଼ପତି ୧୪’, ଅମିତାଭଙ୍କ ସହ ନଜର ଆସିବେ ଅମିର।

୧୯-ସୋନପୁର ଦୁର୍ଘଟଣା ନେଇ ଚାଞ୍ଚଲ୍ୟକର ତଥ୍ୟ : ବିନା ଡିଏଲରେ ଇନ୍ସପେକ୍ଟର ମାଡାମଙ୍କ ଗାଡ଼ି ଚଳାଉଥିଲା ଡ୍ରାଇଭର ।

୨୦-ପୁଣି ୩,୯୮୬ କୋଟିର ବ୍ୟାଙ୍କ ଠକେଇ: ସୁରନା କର୍ପୋରେସନର ୨ ନିର୍ଦେଶକଙ୍କ ସହ ୪ ଗିରଫ

୨୧-ୟୁପି ବେଆଇନ ମାଂସ କାରଖାନା ମାମଲା, ପୂର୍ବତନ ମନ୍ତ୍ରୀଙ୍କ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

୨୨-ପଳାତକ ଠକ ମେହୁଲ ଚୋକସୀ ବିରୋଧରେ ପୁଣି ଏକ ମାମଲା ରୁଜୁ କଲା ସିବିଆଇ; ଏଥର କାନାରା ବ୍ୟାଙ୍କକୁ ୫୫ କୋଟି ଚୂନ ଲଗାଇଛି ଠକ ।

Share this…
Share on Facebook

Facebook