49 ନମ୍ବର ରାଜପଥ ବନ୍ଦ କଲା ଭଞ୍ଜସେନା l ଦ୍ୱାରଶୁଣୀ ଘଟିର ସମ୍ପ୍ରସାରଣ ଓ ମରାମତି ଦାବିରେ ରାଜପଥ ଅବରୋଧ ସହିତ ବଜାର ବନ୍ଦ

ମୟୁରଭଞ୍ଜ ଜିଲ୍ଲା ଦୁଆରସୁଣୀ ଘାଟି ରେ ପ୍ରାୟ ପ୍ରତିଦିନ ମର୍ମ ତୁନ୍ତ ସଡ଼କ ଦୁର୍ଘଟଣା ହୋଇ ଆସିବା ତତ ସହିତ ଦୁର୍ଘଟଣା ରେ ପ୍ରାୟତଃ ଗୋଟେ ଗୋଟେ ପରିବାର, ସଦସ୍ୟ ବିହୀନ ହୋଇଯିଵା ଭଳି କରୁଣ ଚିତ୍ର ଆଜି ତୀବ୍ର ଜନ ଅସନ୍ତୋଷ ର ରୂପ ନେଇଛି l ବାଙ୍ଗରିପୋଷୀ ବଣିକ ସଙ୍ଘ ତରଫରୁ ଆଜି ବାଙ୍ଗରିପୋଷୀ ବନ୍ଦ ଥିବା ବେଳେ ସ୍ଥାନୀୟ ଯୁବକ ସଙ୍ଘ ଏବଂ ଭଞ୍ଜସେନା ତରଫରୁ 49 ନମ୍ବର ରାଜ ପଥ କୁ ବନ୍ଦ ରଖା ଯାଇଛି l ବିପଦସଂକୁଳ ଅବସ୍ଥାରେ ଥିବା ଦ୍ୱାରସୁଣୀ ଘାଟୀର ତୁରନ୍ତ ମରାମତି ସହିତ ସଂପ୍ରସାରଣ କରିବା ଦାବୀ ଏନ.ଏଚ -49 ଉପରେ ସଖାଳ 6ଘଟିକା ଠାରୁ ବନ୍ଦ ରହିଛି l ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣା ସ୍ଥଳୀ ରେ ପହଂଚିଵା ସହିତ ଅପ୍ରିତିକର ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ୪୯ ବନ୍ଦ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଛିଡା ହୋଇ ରହିଥିଲା । ଫଳରେ ସକାଳ ଠାରୁ ୧ ପ୍ଲାଟୁନ ପୁଲିସ ଫୋର୍ସ ସହ ସଦର ଏସଡିପିଓ କେକେ ହରିପ୍ରସାଦ, ବାଙ୍ଗିରିପୋଷି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡା, ତହସିଲଦାର ସତ୍ୟବାନ ନାୟକ, ଉପସ୍ଥିତ ରହିଥିଲେ। ତେବେ ଘାଟି ରାସ୍ତାର ପ୍ରଶସ୍ତିକରଣ ପାଇଁ ଜନସାଧାରଣଙ୍କ ଦାବି ରହିଥିବା ବେଳେ କୌଣସି ରାଜନେତା ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷେ ଆଗକୁ ଯଦି ଘାଟି ରାସ୍ତା ସମ୍ପ୍ରସାରଣ ଦିଗରେ କୌଣସି ପଦକ୍ଷେପ ନନିଆଯାଏ ତେବେ ପୁଣି ଥରେ ଅନର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରାଜରାସ୍ତା ବନ୍ଦ କରାଯିବ ବୋଲି ବାଙ୍ଗିରିପୋଷି ବଣିକ ସଙ୍ଘ ଓ ଭଂଜସେନା ଚେତାବନୀ ଦେଇଛି ।

ତପନ କୁମାର ଦଣ୍ଡପାଟ ସାରସକଣା ମୟୂରଭଞ୍ଜ | MPX TV #Odisha Youtube : https://youtu.be/_BAxxQ8KYRc FB : https://www.facebook.com/mpxtvod

Share this…
Share on Facebook

Facebook