କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କ ଧାମରା ଗ୍ରସ୍ଥ l

ଚଳାଚଳ ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଆଜି ଧାମରା ଗସ୍ତରେ ଆସିଛନ୍ତି। ଧାମରାରେ ୨:୩୦ ମିନିଟରେ ପହଞ୍ଚିବା ପରେ ଧାମରା ପୋର୍ଟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କର ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଦ୍ଵାରା ଭଦ୍ରକ ଜିଲ୍ଲାର କାଳନାଳୀ ଜେଟିରୁ କେନ୍ଦ୍ରାପଡା ଜଳପଥରେ ଭାରୀଯାନ ସହିତ ଯାତ୍ରୀମାନଙ୍କୁ ନେବାଆଣିବା
କରିବା ପାଇଁ ଚୁକ୍ତି ହୋଇଥିବା ୧୪୦ କୋଟି ଟଙ୍କାର ମେଗା ପ୍ରକଳ୍ପ ସମ୍ପର୍କରେ ତର୍ଜମା କରିବା ସହିତ ଖୁବ୍‌ଶୀଘ୍ର କିପରି ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ତାହା ବିଭାଗୀୟ.ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ୨୦୨୧ ଏପ୍ରିଲ ମାସ ୧୫ତାରିଖରୁ ଅର୍ଦ୍ଧଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଦ୍ବାରା ପରୀକ୍ଷା ମୂଳକ ଭାବେ ଧାମରାରୁ ତାଳଚୁଆକୁ ଚାଲିବାକୁ ଆସିଥିବା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏମଭି ଭୂପେନ ହଜାରିକା ୧୫ ମାସ ହେବ ଜେଟିରେ ବନ୍ଧା ହୋଇ ରହୁଥିବା ବେଳେ ତୁରନ୍ତ କିପରି ଏହି ଜେଟି କାର୍ଯ୍ୟକାରୀ ହୋଇପାରିବ ତାହା ସମୀକ୍ଷା କରିଛନ୍ତି lଏଥି ସହ ଧାମରା ବନ୍ଦରର ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଓ ଅଞ୍ଚଳରେ ବିକାଶ ପାଇଁ ଅଧିନସ୍ଥ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
ବାଇଟ-୧-ମନ ମୋହନ ସାମଲ(ବିଜେପି ନେତା)

Share this…
Share on Facebook

Facebook