ଖବର ଆଜିର ତା-୧୪-୦୭-୨୦୨୨/ଗୁରୁବାର

୧-ଜୁଲାଇ ୧୫ରୁ ମିଳିବ ମାଗଣା ବୁଷ୍ଟର ଡୋଜ୍: ସରକାରୀବ ଡାକ୍ତରଖାନାରେ ୧୮ରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ଦିଆଯିବ ।

୨-ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହେ, ବାଚସ୍ପତି ଦେଲେ ସୂଚନା ।

୩-ରାମ ସେତୁକୁ ଜାତୀୟ ଐତିହ୍ୟ ମାନ୍ୟତା ଦେବାକୁ ସୁବ୍ରମଣିୟମ ସ୍ୱାମୀଙ୍କ ଆବେଦନ; ଜୁଲାଇ ୨୬ରେ ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ ।

୪-ରତ୍ନବେଦୀରେ ମହାପ୍ରଭୁ, ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା, ଭକ୍ତଙ୍କୁ ମିଳିଲା ପ୍ରସାଦ ।

୫-୭ ହଜାର ୩୯ ଓଡିଶା ସିଭିଲ ସର୍ଭିସ ଆଶାୟୀ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା । ଛୋଟିଆ ତ୍ରୁଟି ପାଇଁ ଆବେଦନକୁ ନାକଚ କଲା ଓଡିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ୍‌ସି ।

୬-ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି। ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ।

୭+ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅକ୍ତିଆରକୁ ନେଲେ ପ୍ରଦର୍ଶନକାରୀ। ସଂସଦ ଭବନକୁ ମଧ୍ୟ କଲେ କବଜା। ।

୮-ବୋଲବମ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କଲେ ଉତ୍ତରପ୍ରଦେଶରେ ଯୋଗୀ ସରକାର: ଭକ୍ତ ଯାଉଥିବା ରାସ୍ତାରେ ବନ୍ଦ ରହିବ ମଦ ଓ ମାଂସ ଦୋକାନ ।

୯-କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ବୁଷ୍ଟର ଡୋଜ ପ୍ରଦାନ କରାଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୦-ଚୀନ୍ ମୋବାଇଲ୍‌ କଂପାନିଙ୍କ କାରସାଦି: ଭିଭୋ ପରେ ଓପୋ, ଆମଦାନିର ସଠିକ୍ ତଥ୍ୟ ଲୁଚାଉଥିଲା ।

୧୧-ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର ଦିନ ୪୫ଟି ପିସ୍ତଲ ଜବତ ହୋଇଛି। ଭିଏତନାମରୁ ଆସିଥିବା ଜଣେ ଭାରତୀୟ ଦମ୍ପତିଙ୍କ ନିକଟରୁ ଏହି ପିସ୍ତଲ ମିଳିଛି।

୧୨-ସୁପ୍ରିମ୍‌କୋର୍ଟରେ ହେବ ଓଡ଼ିଶା ଭାଟ୍‌ ଆଇନ୍‌ ମାମଲାର ଶୁଣାଣି ।

୧୩-ଖଣି ବିକାଶରେ ଓଡ଼ିଶାକୁ ପ୍ରଥମ ପୁରସ୍କାର: ଚଳିତ ବର୍ଷ ୧୫ ଖଣି ନିଲାମ ହେବ।

୧୪-ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଆସାମରେ : ୧୯୨, ଗୁଜରାଟରେ ୮୩, କର୍ଣ୍ଣାଟକରେ ୩୨ ମୃତ।

Share this…
Share on Facebook

Facebook