ଯାତ୍ରୀବାହୀ ବସରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ

ଯାତ୍ରୀବାହୀ ବସରେ ପୁଳା ପୁଳା ଗଞ୍ଜେଇ ଚାଲାଣ ହେଉଥିବା ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଯାତ୍ରୀବାହୀ ବସ ରେ । ସୂଚନା ଅନୁସାରେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ଝାରପୋଖରିଆ ପୋଲିସ ଦେବଗଡ଼ ରୁ କଲିକତା ଯାଉଥିବା ଯାତ୍ରୀବାହୀ ଆଗରୱାଲ ବସ ଯାହାର ନମ୍ବର OD 11E9460 ରେ ବିପୁଳ ମାତ୍ରା ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଝାରପୋଖରିଆ ପୋଲିସ ଚଢ଼ାଉ କରି ଅଗରୱାଲ ବସ କୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା।ଓ ୩ ଜଣ ମହିଳାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ଯେଉଁଥିରେ ଏମାନଙ୍କ ଠାରୁ ୫ଗୋଟି ବ୍ୟାଗରେ ବେଆଇନ ଭାବେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଥିଲା। ଯାହାର ଓଜନ 32 kg ରହିଥିବା ସୂଚନା ରହିଛି। ଅନ୍ୟପଟେ ଅଟକ ଥିବା ୩ଜଣ ଅଭିଯୁକ୍ତ ହେଲେ ହୁଗୁଳି ଜିଲ୍ଲା ବଲାଗଡ଼ ଥାନା ଅନ୍ତର୍ଗତ ଖମାରକାଶି ଗ୍ରାମର ମୃଣାଳ ବିଶ୍ୱାସଙ୍କ ପତ୍ନୀ ଶର୍ମିଳା ବିଶ୍ୱାସ(୪୫),ଭଜନ ଗେନଙ୍କ ପତ୍ନୀ ଗଙ୍ଗା ଗେନ(୩୨) ଓ ହାୱଡା ଜିଲ୍ଲାର ଉଲବେରିଆ ଥାନା ଅନ୍ତର୍ଗତ ଅଜୟ ଦାସଙ୍କ ପତ୍ନୀ ବାସନ୍ତୀ ଦାସ ବୋଲି ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଲକ୍ଷାଧୂକ ଟଙ୍କାରୁ ଅଧିକ ହେବ ବୋଲି SDPO କେ କେ ହରିପ୍ରସାଦ ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ୫ଗୋଟି ମୋବାଇଲ ମଧ୍ୟ ଜବଡ଼ କରିଛି ପୋଲିସ ତେବେ ଅଟକ ଥିବା ତିନି ଜଣ ମହିଳାଙ୍କୁ ଝାରପୋଖରିଆ ପୋଲିସ କୋଟ ଚାଲାଣ କରିଛି ।ଏମାନଙ୍କ ସହ ଆଉ କେଉଁମାନେ ଜଡ଼ିତ ଅଛନ୍ତି ଓ କେବେଠୁଁ ଏଭଳି ଯାତ୍ରୀବାହୀ ବସ ରେ ଗଞ୍ଜେଇ ଚାଲାଣ କରୁଛନ୍ତି ତା ଉପରେ ଏବେ ତଦନ୍ତ ଜାରି ରହିଛି ।

Share this…
Share on Facebook

Facebook