ପୋଲିସ ଉପସ୍ଥିତିରେ ବିଜେଡି ନେତାଙ୍କୁ ଆକ୍ରମଣ କୋଦଳା ରେ ବିରାଟ ରାଲି ସହିତ ଥାନାରେ ଏତଲା ।

କୋଦଳା -ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ମଙ୍ଗଳ ବାର କୋଦଳା ଚାରିଛକ ଠାରେ ବହୁପ୍ରତିକ୍ଷିତ ପୋଲିସ ସହାୟତା କେନ୍ଦ୍ର ଉଦଘାଟନ ହୋଇଯାଇଥିବା ବେଳେ ବୁଧବାର ଉଭୟ ଦଳ ତରଫ ରୁ ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ କୋଦଳା ଥାନାରେ ପୃଥକ ପୃଥକ ଦୁଇଟି ଏତଲା ହୋଇଥିବା ଜଣାପଡିଛି
ଏତଲା ପ୍ରକାରେ ଏନଏସି ନିର୍ବାଚନ ପୂର୍ବରୁ ବିଜେପି ର ଷ୍ଟାର ପ୍ରଚାରକ ରୂପେ ପ୍ରଚାର କରୁଥିବା ନାରାୟଣ ପାଢ଼ୀ (ଟୁନା)ବର୍ତ୍ତମାନ ବିଜେଡି ର ସକ୍ରିୟ କର୍ମୀ ଭାବେ କାର୍ଯ୍ୟକରୁଥିବା ବେଳେ ମଙ୍ଗଳବାର ନିଜ ଘରୁ ବାହାରି କୋର୍ଟ କାମରେ କୋର୍ଟ ଯାଉଥିବା ବେଳେ ଦଣ୍ଡିଶ୍ୱର ଗେଟ ନିକଟ ରେ କୋଦଳା ଏନଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ତାର ଭାଇ ସନ୍ତୋଷ ନାୟକ, ଖଲିକୋଟ ଅଞ୍ଚଳ ର ବିଜେପି ନେତା ଅନିଲ ପଣ୍ଡା ଓ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ରଞ୍ଜନ ପୋଲେଇ ଏକ କାର ରେ ଆସି ଟୁନା କୁ ଅଟକାଇ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହିତ ଧକ୍କା ମାରି ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ଟୁନା କୁ ଉଦ୍ଧାର କରି କୋର୍ଟ ରେ ପହଞ୍ଚାଇଥିଲେ !ଏହାକୁ ନେଇ ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରି ଏକ ବିଶାଳ ମୋଟର ସାଇକଲ ରାଲି ବାହାରି ଜମି ମାଫିଆ, ଚୋରା ସୁନା ବେପାରୀ ସୂର୍ଯ୍ୟ ନାୟକ ଓ ସନ୍ତୋଷ ନାୟକ କୁ ଗିରଫ କରିବା ଆମର ଦାବି,ରାଜନୀତି ନାମ ରେ ଗୁଣ୍ଡାଗର୍ଦ୍ଦି କରୁଥିବା ଅନିଲ ପଣ୍ଡା ଓ ରଞ୍ଜନ ପୋଲେଇ କୁ ଗିରଫ କରିବା ଆମର ଦାବି ଇତ୍ୟାଦି ସ୍ଲୋଗାନ ଦେଇ ଥାନା ରେ ପହଞ୍ଚି ଏତଲା ଦେବା ସହିତ ଆରୋପିଙ୍କୁ ଧରି ଦୃଢ଼ କାର୍ଯ୍ୟାଆନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ନତୁବା ଥାନା ଆଗରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି !
ଅନ୍ୟପଟେ ଉଦଘାଟନି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ୍ୟ ଙ୍କୁ ଅଣଦେଖା କରାଯାଉଥିବା ନେଇ ପ୍ରତିବାଦ କରିବାକୁ ଯାଉଥିବା ବିଜେପିର ରାଜ୍ୟ ସଂପାଦକ ତଥା ଖଲ୍ଲିକୋଟ ର ବିଜେପି ନେତା ଅନିଲ୍ ପଣ୍ଡାଙ୍କ ଗାଡିକୁ ପଥର ମାଡ଼ କରାଯାଇଥିଲା ବୋଲି ଏକ ଏତଲା ପ୍ରଦାନ କରିଛନ୍ତି ଅନିଲ ପଣ୍ଡା !ତୁରନ୍ତ ଦୋଷୀକୁ ଗିରଫ କରା ନଗଲେ କୋଦଳା ଥାନା ଘେରାଉ ସହ ରାଜରାସ୍ତା ଜାମ୍ କରାଯିବ ବୋଲି କହିଛନ୍ତି ବିଜେପି ନେତା ।କିନ୍ତୁ କାର୍ଯ୍ୟକ୍ରମ ସ୍ଥଳ ରେ ଏମିତି କୌଣସି ଘଟଣା ଘଟିନଥିବା ବେଳେ ଉଭୟଙ୍କ ମଧ୍ୟରୁ କିଏ ସତ କହୁଛି ପୋଲିସ ତଦନ୍ତ ରୁ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି
ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ

Share this…
Share on Facebook

Facebook