ଗୋବରି ନଦୀ କୁ ମାଛଧରି ବାକୁ ଜାଇଁ କୁମ୍ଭୀର ହାବୁଡ଼େ ପଡ଼ି ନାଗା ହେଲା ଛଟପଟ l

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ର କେୟ୍ଯାରବାଙ୍କ ଗ୍ରାମରେ ଘଟିଯାଇଛି ଏକ ଅଭାବନିଅ ଘଟଣା ସୂଚନାରୁ ଜଣାପଡେ ନାଗମଣୀ ମଳିକ ବୟସ 70 ବର୍ଷ, ଟହଲି ମଳିକ ବୟସ 60 ବର୍ଷ, ଜସୁଆ ମଳିକ ବୟସ 55 ବର୍ଷ, ସବୁଦିନ ଭଳି ମିଶି ସନ୍ଧ୍ୟା ସମୟରେ ଗୋବରୀ ନଦୀକୁ ଭୋଉଁରି ଜାଲ ପକାଇ ମାଛ ଧରିବା ପାଇଁ ଯାଆନ୍ତି ମାଛ ଧରି ନିଜର ପରିବାର ପତିପୋଷଣ କରିଥାନ୍ତି ଆଜିର ଦୁର୍ଭାଗ୍ୟ କଥା ନାଗା ମଳିକ ଗୋବରୀ ନଦୀ କୂଳରେ ଜାଲ ପକାଉଥିବା ସମୟରେ କୁମ୍ଭୀର ହାବୁଡ଼ରେ ପଡ଼ିଥିଲେ ନାଗା ଓ କୁମ୍ଭୀରଙ୍କ ମଧ୍ୟରେ ଟଣା ଘୋଷରା ହେବା ସହ ଶେଷରେ କୁମ୍ଭୀର ନାଗାକୁ ପାଣି ମଝିକୁ ନେଇଯାଇଥିଲା ବେଳେ କିଛି ଦୂରରେ ସାଙ୍ଗରେ ଯାଇଥିବା ଟହଲି ଓ ଜସୁଆ ଜୋରେ ପାଣି ଶବ୍ଦ ଶୁଣି ନାଗା ପାଖକୁ ଆସିଲା ବେଳକୁ ଦେଖିଲେ ନାଗା ନାହିଁ କି ତାର ଜାଲ ନାହିଁ ଦୁହେଁ ଟର୍ଚ୍ଚ ପକାଇ ଦେଖିଲେ ଯେ କୁମ୍ଭୀର ନାଗା କୁ ନଦୀ ଭିତରକୁ ଟାଣି ଟାଣି ନେଇଯାଉଛି ଦୁହେଁ ମିଶି ନାଗାକୁ ଉଦ୍ଧାର କରିବା ପାଇଁ ଜେତେ ଚେଷ୍ଟା କରୁଥିଲେ ମଧ୍ୟ ନାଗାକୁ କୁମ୍ଭୀର ପାଟିରୁ ଉଦ୍ଧାର କରିପାରିଲେ ନାହିଁ ।ଖବର ପାଇ କେୟ୍ଯାରବାଙ୍କ ଗ୍ରାମର ଲୋକେ ଓ ପରିବାର ସମସ୍ଥ ଲୋକ ନଦୀ କୂଳରେ ଭିଡ ଜମିବା ସହ ଦୁଃଖର ଛାୟା ଖେଳିଯାଇଛି ଏବେବି ସୁଦ୍ଧା ପରିବାର ଲୋକେ ନଦୀ କୂଳରେ ଅପେକ୍ଷା କରି ବସିଛନ୍ତି କେତେବେଳେ ନାଗା ଘରକୁ ଫେରିବ

Share this…
Share on Facebook

Facebook