ଖବର ଆଜିର* ତାରିଖ ୧୨-୦୭-୨୦୨୨/ମଙ୍ଗଳ ବାର

୧-ଇଚ୍ଛା ଥଲେ ସବୁ ସମ୍ଭବ, ୯୪ ବର୍ଷୀୟ ଭଗୱାନୀ ଦେବୀ ସୃଷ୍ଟି କଲେ ବିରଳ ଉଦାହରଣ, ୱାର୍ଲଡ ଚାମ୍ପିୟନଶିପରେ ଜିତିଲେ ଗୋଲ୍ଡ।

ନୂତନ ସଂସଦ ଗୃହରେ ଅଶୋକ ସ୍ତମ୍ଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୨-ଘରୋଇ ଶ୍ରୀଲଙ୍କା ଗାଲେ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୩୯ ରନରେ ପରାସ୍ତ କରିଛି। ଏହି ପରାଜୟ ସହ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ର ପଏଣ୍ଟ ଟେବୁଲ୍‌ରେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି।

୩-ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚନ: ଧର୍ମେନ୍ଦ୍ର କହିଲେ ଓଡ଼ିଶାରେ ବିଜେପି ରାଜ୍ କରିବ, ସୌମ୍ୟ କହିଲେ ରାଜନୀତି ପାର୍ଟ ଟାଇମ୍ ଜବ୍ ନୁହେଁ।

୪-ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସୋମବାର ଦିନ ସାଢେ ୧୨ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡିଛି। ଫଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

୫-ବିଦ୍ୟାଳୟରେ ଗଣମାଧ୍ୟମର ପ୍ରବେଶ ମନା: ପ୍ରତିବାଦ ପରେ ନିଷ୍ପତ୍ତି ପ୍ରତ୍ୟାହାର ।

୬-ସରିଲା ଘୋଷଯାତ୍ରା: ଆଜି ନୀଳାଦ୍ରି ବିଜେ; ୪ଟାରେ ପହଣ୍ଡି ଆରମ୍ଭ, ରାତି ୧୦ରେ ଶେଷ ।

୭-ଜେଇଇ ମେନ୍‌-୧ ଫଳ ପ୍ରକାଶ: ଦିବ୍ୟାଂଶୁ ମଲ୍ଲୁ ଓଡ଼ିଶା ଟପର୍‌ ।

୮-୨୦୩୦ ପର୍ଯ୍ୟନ୍ତ ଜେଲରେ ହିଁ ରହିବ ଗ୍ୟାଙ୍ଗଷ୍ଟାର ଆବୁ ସାଲେମ, ସୁପ୍ରିମକୋର୍ଟଙ୍କ ବଡ ଆଦେଶ ।

୯-ଚାଷୀଙ୍କୁ ଓଟିପି ଦୁଃଖ, କମିଲା ସରକାରୀ ବିହନ ବିକ୍ରି; ନିଗମ ପାଖରେ ଥାଇ ବି ଚାଷୀ ପାଇଲେନି ।

୯-ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଲୋକଙ୍କ କବଜା ଜାରି। ଏବେ ବି ରାଷ୍ଟ୍ରପତି ଫେରାର, ସମୁଦ୍ରଭିତରେ ଲୁଚି ରହିଥିବା ଅନୁମାନ।

୧୦-ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ, ଚଣ୍ଡୀ-ଚାମୁଣ୍ଡାମାନେ ହେଲେ ପ୍ରୀତ ।

୧୧-ଜୁଲାଇ ୨୦ରେ ହେବ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ, ୧୩ରେ ଦେଶକୁ ଫେରିବେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ।

୧୨-ପୁସ୍ତକ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ଗୋଟିଏ ବିଚାରଧାରା ଓ ଜଣେ କାର୍ଯ୍ୟକର୍ତ୍ତାର କାହାଣୀ : ଧର୍ମେନ୍ଦ୍ର ପ୍ରଧାନ

୧୩-ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଜଳପ୍ରଳୟ। ପାଣି ଘେରରେ ହଜାର ହଜାର ଲୋକ, ୬୯ଜଣଙ୍କର ମୃତ୍ୟୁ ସୂଚନା। ।

୧୪-ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା। ହରହର ମହାଦେବ ଧ୍ୱନିରେ ପୁଣି ପ୍ରକମ୍ପିତ ହେଲା ପରିବେଶ।

୧୫-ପଶ୍ଚିମବଙ୍ଗ ପୋଲିସର ବଡ଼ ଖିୁଲାସା : ମମତାଙ୍କ ଘରେ ପଶିଥିବା ଅଭିଯୁକ୍ତର ରହିଛି ବାଂଲାଦେଶ ଲିଙ୍କ୍‌ ।

୧୬-Aaj Takରେ ଜଏନ୍ କଲେ ସୁଧୀର ଚୌଧରୀ, Zee Newsରୁ ଦେଇଥିଲେ ଇସ୍ତଫା ।

୧୭-ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକକୁ ସାହାଯ୍ୟ କଲା ନାବାର୍ଡ। ୧ ଲକ୍ଷ ୨୬ ହଜାର ଟଙ୍କାର ମେଡ଼ିିସିନ ଯୋଗାଇ ଦେଲା ସଂସ୍ଥା।

୧୮-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଦିବ୍ୟାଙ୍ଗ ଶିକ୍ଷକଙ୍କ ଅନ୍ତଃଜିଲ୍ଲା ବଦଳି ହୋଇପାରିବ ।

୧୯-ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନୂଆ ନିୟମ: ବାହାଘରରେ ଭ୍ୟାନିଟି ସହ ଗର୍ଭନିରୋଧକ ସାମଗ୍ରୀ ।

୨୦-CWG 2022: ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ ଟିମ୍ ।

୨୧-ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଟିଡିପି।

୨୩-କୋଭିଡ୍ ଆମକୁ ବହୁତ କିଛି ଶିକ୍ଷା ଦେଇଛି: ମହାମାରୀକୁ ନେଇ ରାଜ୍ୟ ସରକାର ଆରମ୍ଭ କରିବେ ରିସର୍ଚ୍ଚ ।

୨୪-ଏବେ ୟୁଜରମାନେ କୌଣସି ମ୍ୟାସେଜ୍‌ରେ ରିଆକ୍ଟ କରିବା ପାଇଁ ଯେ କୌଣସି ଇମୋଜିର ବ୍ୟବହାର କରିପାରିବେ। ହ୍ୱାଟସଆପରେ ଆସିଲା ନୂଆ ଫିଚର ।

*ଶୁଭ ସକାଳ,ସୁପ୍ରଭାତ*

Share this…
Share on Facebook

Facebook