୮ ଦଫା ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା “ଓଡ଼ିଶା ଫେୟାର ପ୍ରାଇସ ଶପ ରିଟେଲର୍ସ ୱେଲଫେୟାର ଆସୋସିଏସନ।”

୮ ଦଫା ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା “ଓଡ଼ିଶା ଫେୟାର ପ୍ରାଇସ ଶପ ରିଟେଲର୍ସ ୱେଲଫେୟାର ଆସୋସିଏସନ।” ଆସୋସିଏସନର ଦାବି ଅନୁଯାୟୀ,କୋଭିଡ ମହାମାରୀ ସମୟରେ ଖୁଚୁରା ବିକ୍ରେତା(ଡିଲର)ମାନେ ନିଜ ଜୀବନକୁ ପାଣି ଛଡାଇ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ଆଗକୁ ଆସିଥିଲେ।କେବଳ ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନର ବକେୟା ଅର୍ଥ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଖାଉଟି ସାମଗ୍ରୀ ବଣ୍ଟନର ପାରିଶ୍ରମିକ ନମିଳିବା,ଇ-ପାସ ମେସିନର ବ୍ୟବହାରିକ ଅର୍ଥ ନମିଳିବା ଆଦି ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ସଂଘ।ଜିଲ୍ଲାରେ ମୋଟ ୫୪୨ଜଣ ଡିଲର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛିଜଣଙ୍କର କୋଭିଡ ମହାମାରୀରେ ମୃତ୍ୟୁ ହୋଇଥିଲେ ହେଁ ସେମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା ନକରି ସେମାନଙ୍କ ଅର୍ଥ ଦେଉନଥିବା କାରଣରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ସମ୍ପାଦକ।ଏଥିସହ ଚାଉଳ ଓ ଗହମ ଏକ କ୍ୱିଣ୍ଟାଲ ପ୍ରତି ଏକ କିଲୋ ସରଟେଜ ଏବଂ ଶହେ ଲିଟର କିରାସିନି ପ୍ରତି ଏକ ଲିଟର ଲିକେଜ ପ୍ରଦାନ କରିବାକୁ ସଂଘ ଦାବି କରିଛି।ଆସନ୍ତା ୧୮ ତାରିଖରେ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସ୍ଥିର କରାଯାଇଥିବା ବେଳେ ଆଗାମୀ ଦିନରେ ଏ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କହିଛନ୍ତି ଜିଲ୍ଲା ସଭାପତି।

Share this…
Share on Facebook

Facebook