ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଦେଖିବା ନିମନ୍ତେ ଲୋକାରଣ୍ୟ ରେ ପରିଣତ ହେଲା ସମଗ୍ର ଅଞ୍ଚଳ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଦେଖିବା ନିମନ୍ତେ ସମଗ୍ର ଅଞ୍ଚଳ ଲୋକାରଣ୍ୟରେ ପରିଣତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି , ନାଜିମନ୍ତ , ସେବାୟତ , ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ଧୂପ ସରିବାପରେ, ମଧ୍ୟାନ ଧୂପ ଓ ଦିଅଁମାନଙ୍କର ଶେଷ ଭୋଗ ଭାବେ ଫଳ, ମୂଳ , କୋରା, ଫେଣି ଲାଗି କରାଯାଇ ଠାକୁର ମାନଙ୍କର ନୀତିକାନ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ପୂଜାପଣ୍ଡା ସେବାୟତ ଓ ସେବାୟତ ମାନଙ୍କଦ୍ୱାରା କାର୍ଯ୍ୟ ଯଥା ସମୟ ମଧ୍ୟରେ ଅନୁଷ୍ଠିତ ହୋଇ ରଥ ଉପରରେ ସମସ୍ତ ପାରମ୍ପରିକ କାର୍ଯ୍ୟ ସରିବା ପରେ ସୁନାବେଶ ସହ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମହାପ୍ରଭୁଙ୍କ କୃପା ଲାଭ କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ମନ୍ଦିର ଟ୍ରଷ୍ଟି ତରଫରୁ ବିଧାୟକ ଶ୍ରୀ ଜେନାଙ୍କୁ ସମର୍ଦ୍ଧିତ କରାଯିବା ସହ ଶ୍ରୀ ଜେନା ମନ୍ତ୍ରୀ ଥିବା ସମୟରେ ମନ୍ଦିରର ଯେଉଁ ବିକାଶମୂଳକ କାର୍ଯ୍ୟ ହୋଇପାରିଛି ତାହା କେବଳ ବିଧାୟକ ପ୍ରତାପ ଜେନାଙ୍କ ଅଦମ୍ୟ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି ଵୋଲି ମନ୍ଦିର ଟ୍ରଷ୍ଟି ପ୍ରକାଶ କରିଥିଲେ । ବଳଦେବଜୀଉଙ୍କ ମୁଖ୍ୟ ଟ୍ରଷ୍ଟି, ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ବେହେରା, ସହକାରୀ ଟ୍ରଷ୍ଟି ରାଜେନ୍ଦ୍ର ମୋହନ କର, ଅଜୟ କୁମାର ନନ୍ଦ ଓ ଜ୍ୟୋତିରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସରିବାପରେ ମହାପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ଉପସ୍ତିତି ଓ ହରିବୋଲ ହୁଳହୁଳି ଧ୍ୱନିରେ ବ୍ରହ୍ମକ୍ଷେତ୍ର ସତେ ଯେପରି ପାଲଟି ଯାଇଥିଲା ଭାବର ସହର । ସେହି ପରମ ପୁରୁଷଙ୍କ କାର୍ଯ୍ୟରେ ସହଯୋଗ କରିବା ପାଇଁ, ନିଶ୍ଚିନ୍ତ କୋଇଲି ତହସିଲଦାର କର୍ଣ୍ଣଦେବ ସମାଦାର, ସାଲେପୁର ପୋଲିସ ପ୍ରଶାସନ, ଜିଗ୍ନିପୁର ସମିତି ସଭ୍ୟ ଓ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ସରପଞ୍ଚ ତିଳୋତ୍ତମା ରାଉତ, ଜିଲ୍ଲାପରିଷଦ ବିପ୍ଳବ କାପ, ବିସିଏ ସଭାପତି ଜ୍ଞାନରଞ୍ଜନ ରାଉତ ଓ ସଭ୍ୟମାନେ, ବ୍ୟବସାୟୀ ସଂଘ ସଭାପତି ସନ୍ତୋଷ ପ୍ରଧାନ ଓ ସମସ୍ତ ପ୍ରକାର ର ନାଜୀମନ୍ତ ସେବାୟତ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । (Byte) ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook