ଚାନ୍ଦବାଲି ଏନ ଏ ସି ବାଲିଗାଁରେ ମିରାମ୍ବିକା ସଂଙ୍ଗିତ ମହାବିଦ୍ୟାଳୟର ସ୍ବତନ୍ତ୍ର ସେମିନାର ସହ ୧୦ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

ଚାନ୍ଦବାଲି ଏନ ଏ ସି ବାଲିଗାଁରେ ମିରାମ୍ବିକା ସଂଙ୍ଗିତ ମହାବିଦ୍ୟାଳୟର ଏକ ସ୍ବତନ୍ତ୍ର ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ବିଶେଷ ଅତିଥି ଭାବେ ଚାନ୍ଦବାଲି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନିମାଇଁ ପଟ୍ଟନାୟକ ଓ ଆଇନଜୀବୀ ରଜନୀ ମହାନ୍ତି, ଅଧ୍ୟକ୍ଷା ସାଗରିକା ମଲ୍ଲିକ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ଅଭିଭାଷଣ ଦେବା ସହ ମିରାମ୍ବିକା ସଂଙ୍ଗିତ ମହାବିଦ୍ୟାଳୟର ଉତରତୋର କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଚଳିତ ମେଟ୍ରିକ ପରିକ୍ଷାରେ ୧୦ ଜଣ ଏ -୧ ଗ୍ରେଡ଼ର ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମିରାମ୍ବିକା ସଂଙ୍ଗିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Share this…
Share on Facebook

Facebook