ଶେଷ ତାରିଖ ଯିବାର ଦୁଇଦିନ ବିଳମ୍ବରେ କବିସୂର୍ଯ୍ୟନଗର ଠାରେ ଆୟୋଜିତ ହେଲା 73 ତମ ବନ ମହୋତ୍ସବ

ନେତା ଙ୍କ ଅନୁପସ୍ଥିତି ବାହାନା ନେଇ ସରକାରୀ କାର୍ଯ୍ୟକ୍ରମ ଘୁଞ୍ଚାଇ ଦେଲେ ସରକାରୀ ବାବୁ l ଡେଡଲାଇନ ଭିତରେ କାର୍ଯ୍ୟକ୍ରମ ଆୟୋଜିତ କଲେନି ଅଧିକାରୀ l ଶେଷ ତାରିଖ ର ଦୁଇ ଦିନ ପରେ ଆୟୋଜିତ ହେଲା ବନ ମହୋତ୍ସବ ସପ୍ତାହ 2022 l ପ୍ରତ୍ୟେକ ବର୍ଷ ଜୁଲାଇ ଏକ ତାରିଖ ଠାରୁ ସାତ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବନ ମହୋତ୍ସବ ପାଳିତ ହେଉଛି l ଲୋକ ଙ୍କ ମନରେ ସଚେତନତା ସୄଟିକରି ନୂତନ ଜଙ୍ଗଲ ଗଢିବା ଉଦେଶ୍ୟରେ ବନବିଭାଗ ପକ୍ଷରୁ 10 ଲକ୍ଷରୁ ଉର୍ଦ୍ଧ ଚାରା ବିନା ମୂଲ୍ୟରେ ବଣ୍ଟନ କରାଯାଉଛି l ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ବନ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଶେଷ ଦିନରେ ଅର୍ଥାତ ଜୁଲାଇ 7 ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି l କିନ୍ତୁ ପୋଲସରା ବନାଞ୍ଚଳ ଅଧୀନ ରେ ଥିବା କବିସୂର୍ଯ୍ୟନଗର ନୂତନକନ୍ଧଖାରିଡା ରାସ୍ତା ପାହାଡ଼ ଠାରେ ବନ ମହୋତ୍ସବ ପାଳନ ର ଶେଷ ତାରିଖ ର ଦୁଇଦିନ ପରେ ପାଳିତ ହଇଛି l ଏହି କାର୍ଯ୍ୟକ୍ରମ ରେ ଶ୍ରମ ମନ୍ତ୍ରୀ ଶିକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ର ଅଧକ୍ଷ, ଉପାଧ୍ୟକ୍ଷ, ବନ ବିଭାଗର ଅଧିକାରୀ ମାନ ଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇ ବୃକ୍ଷରୋପଣ କରିଥିଲେ l ହେଲେ ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟକ୍ରମ ଆୟୋଜନ ର ଶେଷଦିନ ର ଦୁଇଦିନ ପରେ କାହିଁକି କାର୍ଯ୍ୟକ୍ରମ ଆୟୋଜିନ କଲେ ଅଧିକାରୀ ? ଏହାପଛରେ କଣ ରହିଛି ଉଦେଶ୍ୟ ? ସରକାର ଙ୍କ ନିୟମକୁ ନମାନି ବିଳମ୍ବରେ କାର୍ଯ୍ୟକ୍ରମ ଆୟୋଜିନ କରିଥିବା ଅଧିକାରୀ ଙ୍କ ବିରୋଧ ରେ ଉପରିସ୍ଥ ଅଧିକାରୀ ନେବେକି କାର୍ଯ୍ୟାନୁଷ୍ଠାନ ? ଏହି ସବୁ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହି କାର୍ଯ୍ୟକ୍ରମ କୁଆଡେ କାଠମାଫିଆ ଙ୍କ ଟଙ୍କାରେ ଆୟୋଜିତ ହୋଇଥିବା ଆଲୋଚନା ହେଉଛି l

Share this…
Share on Facebook

Facebook