ପୁରୀରୁ ବାହୁଡା଼ ଯାତ୍ରା ଦେଖି ଘରକୁ ଫେରିଲା ବେଳେ ଦୁର୍ଘଟଣାରେ

ପୁରୀରୁ ବାହୁଡା଼ ଯାତ୍ରା ଦେଖି ଘରକୁ ଫେରିଲା ବେଳେ ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଛଅପୋଲିଆ ଠାରେ ସ୍କପିଓ ପଛରୁ ଟ୍ରକ ଧକା ଦେବାରୁ ସ୍କପିଓଟି ଓଲଟି ପଡିଥିଲା। ଯାହାଫଳରେ ୯ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଆହତ ହୋଇଥିଲା ବେଳେ ୩ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ କାଳୀପୁର ପ୍ରତାପଗଡ଼ର ୯ ଜଣ ଯୁବକ ପୁରୀରୁ ଶ୍ରୀଜୀଉଙ୍କ ରଥ ଦେଖି ଫେରିଲା ବେଳେ ସୋର ଛପୁଲିଆ ନିକଟରେ ଦୁର୍ଘଟଣାଟି ଘଟିଥିଲା। ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରେ ୩ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Share this…
Share on Facebook

Facebook