ସକାଳର ଖବର, ୧୧-ଜୁଲାଇ-୨୦୨୨, ସୋମବାର

🌄ସକାଳର ଖବର, ୧୧-ଜୁଲାଇ-୨୦୨୨, ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️ ୧-ସୁନାବେଶରେ ଝଟକିଲେ ମହାପ୍ରଭୁ, ଦୁଇବର୍ଷ ପରେ ଅପରୂପ ବେଶ ଦର୍ଶନ କଲେ ୧୨ ଲକ୍ଷ ଶ୍ରଦ୍ଧାଳୁ

➡️୨-ଆଜି ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବାପାଇଁ ପାରମ୍ପରିକ ରୀତି ମତେ ହେବ ଅଧରପଣା ଭୋଗ ।

➡️୩-ଆଜି ଭୁବନେଶ୍ୱରରେ ପୂର୍ବାହ୍ଣରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ କରକମଳରେ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ହେବ ଉନ୍ମୋଚିତ ।

➡️୪-ଗତ ୧ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଛି ୩୦ରୁ ଅଧିକ ମୂଲ୍ୟବାନ ଉପହାର, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ପ୍ରାୟ ୧୫ ଲକ୍ଷ ୬୫ ହଜାର ଟଙ୍କାର ୩୦ରୁ ଅଧିକ ହେବ ।

➡️୫-ଇଦ୍‌-ଉଜ୍‌-ଜୁହାରେ ସାରା ସହର ହେଲା ଉତ୍ସବମୁଖର, ବିଶ୍ୱଶାନ୍ତି ପାଇଁ ମୁସଲ୍‌ମାନ୍‌ ଭାଇମାନେ କଲେ ପ୍ରାର୍ଥନା ।

➡️୬-ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଲା ବିଏମସି । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କଲା ଭୁବନେଶ୍ୱର ମହାନିଗର ନିଗମ ।

➡️୭-ଗୁଜରାଟର ସୁରତରେ ଆୟୋଜିତ ପ୍ରାକୃତିକ କୃଷି ସଂକ୍ରାନ୍ତ ଏକ ସମ୍ମିଳନୀ ପ୍ରଧାମନ୍ତ୍ରୀ ଦେଲେ ଉଦବୋଧନ ।

➡️୮-ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତା, ମୁଖାଗ୍ନି ଦେଲେ ପୁଅ ପ୍ରତୀକ ଯାଦବ ।

➡️ ୯-ରାଜପାକ୍ଷେଙ୍କ ଭବନରେ ବିଳାସପୂର୍ଣ୍ଣ କାର। ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ମିଳିଲା ୨ କୋଟି, ସେନାଙ୍କୁ ହସ୍ତାନ୍ତର କଲେ ପ୍ରଦର୍ଶନକାରୀ।

➡️୧୦-ଇଦ୍ ଅବସରରେ ଫ୍ୟାନ୍ସଙ୍କୁ ଭେଟିଲେ ଶାହାରୁଖ୍, ଜଣାଇଲେ ଶୁଭେଚ୍ଛା । ଖୁବଶିଘ୍ର ଫିଲ୍ମ ପଠାନ୍ ରେ ସେ ବଡ଼ ସ୍କ୍ରିନରେ କମ୍ ବ୍ୟାକ୍ କରୁଛନ୍ତି ।

➡️୧୧-ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ, ଗତ ୨୪ଘଣ୍ଟାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୩୮ଟି ଘର ହୋଇଛି ନଷ୍ଟ ।

➡️୧୨-ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଭାରତ-ବିଶ୍ବ ଏକାଦଶ ମ୍ୟାଚ ପାଇଁ ବିିସିସିଆଇକୁ ସରକାର ଦେଲେ ପ୍ରସ୍ତାବ ।

➡️୧୩-ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟ ରେ ବନ୍ୟା, ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ରାଜ୍ୟର ତିନୋଟି ଶିକ୍ଷାନୁଷ୍ଠାନକୁ ତିନି ଦିନ ଯାଏଁ କଲେ ଛୁଟି ଘୋଷଣା ।

➡️୧୪-ଆଗକୁ ଶ୍ରାବଣ ମାସ ଆସୁଥିବାରୁ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବେ ଯୋଗୀ ସରକାର ।

➡️୧୫-ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ, ୪୪ ହଜାର ଟନ୍‌ ୟୁରିଆ ସାର ଦେଲା ଯୋଗାଇ

➡️୧୬-ଶ୍ରୀଲଙ୍କାରେ ଗଠନ ହେବ ସର୍ବଦଳୀୟ ଅନ୍ତରୀଣ ସରକାର । ଏ ନେଇ ମୁଖ୍ୟ ବିରୋଧୀ ଦଳ ଗତକାଲି କଲେ ସହମତି ପ୍ରକାଶ ।

➡️୧୭-ଗତ ୪ ବର୍ଷରେ ୭୦୦ ଜଣ ସ୍ଥାନୀୟ ଯୁବକଙ୍କୁ ନିଜ ସହ ସାମିଲ କରାଇଛନ୍ତି ଜାମ୍ମୁକାଶ୍ମୀର ଆତଙ୍କବାଦୀ ସଂଗଠନ ।

➡️୧୮-ଶ୍ରୀଲଙ୍କା ସଂକଟ ପାଇଁ ରୁଷକୁ ଦାୟୀ କଲା ଆମେରିକା, ସେପଟେ ୟୁଏସ ବିଦେଶ ମନ୍ତ୍ରୀ କହିଲେ-ଭବିଷ୍ୟତରେ ସୃଷ୍ଟି ହେବ ଅଧିକ ସଂକଟ ।

➡️୧୯-ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ସୁର୍ଯ୍ୟକୁମାରଙ୍କ ଦମଦାର ଶତକ ପଡିଲା ଫିକା । ଭାରତକୁ ୧୭ ରନ୍‌ରେ ହରାଇଲା ଇଂଲଣ୍ଡ।

➡️୨୦-୨୧ତମ ଗ୍ରାଣ୍ଡ୍ ସ୍ଲାମ୍ ଜିତିଲେ ନୋଭାକ୍ ଜୋକୋଭିଚ୍, ୭ମ ଥର ହେଲେ ୱିମ୍ବଲଡନ ଚାମ୍ପିୟନ।

➡️ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।

ଶୁଭ ସକାଳ,ସୁପ୍ରଭାତ
ଆଜି ଶ୍ରୀଜୀଉଙ୍କ ଅଧରପଣା ନିତୀ ।।
ଆଜି ଗରୁଡ଼ ଶୟନ ।।
ଆଜି ବିଶ୍ୱ ଜନସଂଖ୍ୟା ଦିବସ ।।

Share this…
Share on Facebook

Facebook