ସୋରରେ ଇଦ୍-ଉଲ୍-ଜୁହା ପାଳିତ

ବାଲେଶ୍ବର ଜିଲ୍ଲା ସୋରରେ ଧୁମ୍ ଧାମ୍ ପାଳିତ ହେଉଛି ଇଦ୍-ଉଲ୍-ଜୁହା । ସୋର ପୌରପାଳିକାର ପଠାଣ୍ ମହାଲା, ହାଡ୍ ମହଲା, ପାର୍ ମହଲା, କାଜି ମହଲା, ଇଟୁଆ, କାଶିପୁର ଆଦି ଗାଁ ର ମୁସଲମାନ ସମ୍ପ୍ରଦାୟର ଭାଇମାନେ ପ୍ରବଳ ବର୍ଷା ସତ୍ବେ ଇଦ୍ଘା ପଡିଆରେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ । ନମାଜ ସରିବା ପରେ ପରସ୍ପର ପରସ୍ପର କୁ ଇଦ୍-ଉଲ୍-ଜୁହାର ଅଭିନନ୍ଦନ ଜଣାଇଥିଲେ । ଗତ ବର୍ଷ କରୋନା କଟଣା ଥିବାରୁ ସମୁହ ନମାଜ ପାଠ ବନ୍ଦ ରହିଥିଲା । ମାତ୍ର ଚଳିତ ବର୍ଷ କଟକଣା ନଥିବାରୁ ବହୁ ଆନନ୍ଦ ଉଲ୍ଲାସରେ ଇଦ୍-ଉଲ୍-ଜୁହା ପାଳିତ ହୋଇଛି ।

Share this…
Share on Facebook

Facebook