ଖତେଇ ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ

କଙ୍କଡାହାଡ ଥାନା ଖତେଇ ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ ଆସିଛି l ସୂଚନା ଅନୁସାରେ ସାତ ବର୍ଷ ତଳେ ଗଁଦିଆ ଥାନା ମଠ ତେନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ଅରାଚୁଆ ଗ୍ରାମ ର ସୀମାରାଣୀ ସାହୁ ଙ୍କୁ ଖତେଇବେରେଣୀ ଗ୍ରାମ ର ବିନୟ ସାହୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ l ବାହାଘର ପରେ ଦୁଇବର୍ଷ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସୁସମ୍ପର୍କ ଥିଲା l କିନ୍ତୁ ପରେ ପିଲାଛୁଆ ନହେବାରୁ ଉଭୟ ଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା l ଯାହାକୁ ନେଇ ସୀମାରାଣୀ ନିଜ ବାପାଘର ଅରାଚୁଆ କୁ ଚାଲି ଯାଉଥିଲେ l ପରେ ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକ ସୀମାରାଣୀ ଙ୍କୁ ବୁଝାସୁଝା କରି ନିଜ ଘରକୁ ନେଇ ଆସୁଥିଲେ l କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସୀମାରାଣୀ ନିଜ ଶ୍ୱଶୁର ଘରେ ଏକ ଲୁଙ୍ଗି ସାହାଯ୍ୟ ରେ ଝୁଲନ୍ତା ଅବସ୍ଥାରେ ଝୁଲୁ ଥିବା ପରିବାର ଲୋକ ଦେଖିଥିଲେ l ଏ ଖବର ପାଇ ସୀମାରାଣୀ ଙ୍କ ପରିବାର ଲୋକ କଙ୍କଡାହାଡ ଥାନା ରେ ସୀମାରାଣୀ ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି l ଅଭିଯୋଗ ଆଧାର ରେ କଙ୍କଡାହାଡ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ମୃତଦେହ କୁ ଜବତ କରି ବ୍ୟବଛେଦ କରିବାପାଇଁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଛି l ବର୍ତମାନ ସୁଦ୍ଧା ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ କିଭଳି ମୃତ୍ୟୁ ହୋଇଛି ସ୍ପଷ୍ଟ ଜଣାପଡିବ l

Share this…
Share on Facebook

Facebook