ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବହୁ ଚର୍ଚ୍ଚିତ ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଆଜି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେ ଏମ ଏଫ ସି କୋର୍ଟ ରେ ୮ଜଣ ଅଭିଯୁକ୍ତ ସମେତ ୯୦୫ ପୃଷ୍ଠାର ଚାର୍ଜସିଟ ଧାଖଲ କରିଛି । ଯେଉଁଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । କ୍ରାଇମବ୍ରାଞ୍ଚ ଡି ଏସ ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଆସିଥିବା ଏକ ୪ଜଣିଆ ଟିମ ଆସି ଧାଖଲ କରିଛନ୍ତି । ମୁଖ୍ୟଭିଯୁକ୍ତ ଶର୍ମିଷ୍ଠା ରାଉତ , ନିରଞ୍ଜନ ସେଠୀ ,ଝୁନା ଭୋଇ,ପରମେଶ୍ୱର ରାଉତ ,ନିରଞ୍ଜନ ନାୟକ ,ଭାଗ୍ୟଧର ନାୟକ ,କୃଷ୍ଣଚନ୍ଦ୍ରର ନାୟକ ଓ ନାବଳକ ବିବେକ ନାୟକ , ନାମରେ ୩୬୦,୩୬୩,୩୬୪,୩୦୨,୪୬୫,୪୭୧,୨୦୧,୨୧୨ ୩୪ ipc ଦଫା ବିଭିନ୍ନ ଅଭୁଯୁକ୍ତଙ୍କ ବିରୁଦ୍ଧରେ ଲଗାଇ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।