ଖବର ଆଜିର

ତା-୧୦-୦୭-୨୦୨୨/ରବିବାର
୧-ଘରୋଇ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିନେଇଛି ଭାରତ। ଶନିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସହଜରେ ୪୯ ରନ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି

୨-କିଛି ମାସ ମଧ୍ୟରେ ମୁଦ୍ରସ୍ଫୀତିରୁ ମିଳିପାରେ ଆଶ୍ୱସ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା

୩-ଜୁଲାଇ ୧୨ରେ ଆବେଙ୍କ ଶେଷକୃତ୍ୟ। ରାସ୍ତାରେ ମୁଣ୍ଡ ନୁଆଁଇ ଶ୍ରଦ୍ଧାଞ୍ଜଳୀ ଦେଲେ ସାଧାରଣ ଜନତା।

୪-ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ। ତଦନ୍ତ ପାଇଁ ୯୦ ଜଣିଆ କମିଟି ଗଠନ

୫-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଫଡନାଭିସ୍

୬-ଜୁଲାଇ ୨୮ରୁ ନକ୍ସଲଙ୍କ ସହିଦ ସପ୍ତାହ; ସୀମାନ୍ତ ଗ୍ରାମଗୁଡିକରେ ପୋଷ୍ଟର ଓ ବ୍ୟାନର ମାରିଲେ ମାଓବାଦୀ

୭-ପୁରୀରେ ପୋଡପିଠା ପୂଜାକୁ ନେଇ ବିବାଦ। ବଡଦାଣ୍ଡରେ ଦୁଇ ପୂଜାରୀ ହାତାହାତି

୮-ନୂପୁର ଶର୍ମାଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ, କହିଥିଲେ ଜିଭ କାଟି ଆଣିଲେ ଦେବେ ୨ କୋଟି ଟଙ୍କା

୯-ଅମରନାଥରେ ବାଦଲ ଫଟା ବର୍ଷା: ଫସିଛନ୍ତି ରାୟଗଡ଼ାର ୫ ଶ୍ରଦ୍ଧାଳୁ, ଉଦ୍ଧାର ପାଇଁ ନିବେଦନ

୧୦-ଓଟିଟିରେ ରିଲିଜ୍ ହେବ ଅମୀରଙ୍କ ‘ଲାଲ୍ ସିଂ ଚଡ୍ଡା’

୧୧-ସମ୍ପର୍କ ତୁଟିବା ପରେ ବଳାତ୍କାର ଅଭିଯୋଗ ସାଧାରଣ କଥା ହେଲାଣି : କେରଳ ହାଇକୋର୍ଟ

୧୨-ସୃଷ୍ଟି ହେଲା ଲଘୁଚାପ: ଆଉ ୪ ଦିନ ପ୍ରବଳ ବର୍ଷା, ୧୨ରୁ ବଢ଼ିବ

୧୩-ରାଜ୍ୟରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ: ଘରେ ଘରେ ଥଣ୍ଡା, ଜ୍ୱର

୧୪-ଅମରନାଥ ବାଦଲଫଟା ବର୍ଷା ବିପର୍ଯ୍ୟୟ: ୧୫ ହଜାର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କଲା ଆଇଟିବିପି

୧୫-ଏମ୍ସ ଫାକଲ୍ଟି ଆସୋସିଏସନ ନିର୍ବାଚନ, ଶିଶୁ ରୋଗ ବିଶେଷଜ୍ଞ ଯୋଶେଫ ଜନ୍ ସଭାପତି

୧୬-ଇନ୍ଷ୍ଟାଗ୍ରାମରୁ ସିଏସ୍କେ ଫଟୋ ହଟାଇଲେ ଜାଡେଜା

୧୭-ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ; ଗତ ୫ ବର୍ଷରେ ୮ ଗୁଣ ବଢିଛି ରପ୍ତାନୀ,ଆମେରିକାକୁ ବି ଯୁଦ୍ଧ ସାମଗ୍ରୀ ବିକିଛି ଭାରତ

୧୮-ଶ୍ରୀଲଙ୍କାରେ ଉଗ୍ର ହେଉଛି ଆନ୍ଦୋଳନ, ରାଷ୍ଟ୍ରପତି ଆବାସ ଘେରିବା ପରେ ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲା ଭିଡ।

୧୯-ଶ୍ରୀଲଙ୍କାରେ ହାହାକାର: ରାଷ୍ଟ୍ରପତି ଭବନରେ ପଶି ଖାଦ୍ୟ ଖାଇଲେ ଓ ସୁଇମିଂ ପୁଲରେ ପହଁରିଲେ ବିକ୍ଷୋଭକାରୀ ।

୨୦-ଅବମାନନା ମାମଲା, ପଳାତକ ବିଜୟ ମାଲ୍ୟା ଉପରେ ଦଣ୍ଡ ଶୁଣାଇବେ ସୁପ୍ରିମକୋର୍ଟ।

୨୧-ଆମେରିକାରେ ଗର୍ଭପାତକୁ ବାରଣ କରିଥିଲେ ସୁପ୍ରିମକୋର୍ଟ, ସମର୍ଥନ କଲେ ରାଷ୍ଟ୍ରପତି ବାଇଡେନ

୨୨-ରାଜଧାନୀ ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ। ଏକ ବନ୍ଦ କୋଠରିରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ।

Share this…
Share on Facebook

Facebook