ନବବଧୂକୁ ଯୌତୁକ ପାଇଁ ପୋଡ଼ି ମାରିଦେବା ମାମଲା;ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ।

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ଆଜିର ଏହି ଆଧୁନିକ ସମାଜରେ ମାନବ ସମାଜ ନିଜର ସ୍ୱାର୍ଥ ହାସଲ ପାଇଁ ନିଜ ପରିବାର କୁ ମଧ୍ୟ ମାରିବାକୁ ପଛାଉନାହିଁ । ଯାହାର ଏକ ନଗ୍ନ ନମୁନା ଘଟିଯାଇଛି ବୈବାହିକ ସମ୍ପର୍କ ମଧ୍ୟରେ । ଏହି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ରାମକାପୁରୁ ଗ୍ରାମରେ । ନବବଧୂକୁ ମାନସିକ ଶାରୀରିକ ଯନ୍ତ୍ରଣା ଦେବା ସହ କିରୋସିନି ଢାଳି ନିଆଁ ଲଗାଇ ପୋଡି ମାରି ଦେଇଛନ୍ତି ବୋଲି ବାପଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ କି ଜଗତପୁର ଥାନା ଅନ୍ତର୍ଗତ ବଡ଼ ଭୀମରାଜପୁର ଗ୍ରାମର କାଶୀନାଥ ବେହେରା ତାଙ୍କ ଝିଅ ରଶ୍ମିତା କୁ ମାହାଙ୍ଗା ଥାନା ରାମକାପୁର ଗ୍ରାମର ମହେନ୍ଦ୍ର ବେହେରା ଙ୍କ ପୁତ୍ର ବସନ୍ତ ବେହେରା ଙ୍କୁ ୨୦୨୧ ମସିହାରେ ବିବାହ କରାଇଥିଲେ ।

କାଶୀନାଥ ବରପକ୍ଷ ମୁତାବକ ୪୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଯୌତୁକ ମଧ୍ୟ ଦେଇଥିଲେ , ହେଲେ ବସନ୍ତ ଓ ତାର ମାଆ ଚାରୁଲତା ଅଧିକ ୬୦ ହଜାର ଟଙ୍କା ଦାବୀ କରି ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ଅଭିଯୋଗ ହୋଇଛି ଏବଂ ଶେଷରେ ଗତ ୭ ତାରିଖ ୧୧ ଟା ସମୟ ରେ କାଶୀନାଥ ଘରେ ନ ଥିବା ବେଳେ ତାର ଜ୍ୱାଇଁ ବସନ୍ତ କାଶୀନାଥ ର ପୁଅ କୁ ଫୋନ କରି କହିଲେ ତୁମ ଭଉଣୀ ପୋଡି ହୋଇଯାଇଛି ଆମେ ତାକୁ କଟକ ମେଡିକାଲ ନେଇଯାଉଛୁ ତୁମେ ମେଡିକାଲ ଆସି ଦେଖାକର । ରଶ୍ମିତା ସମ୍ପୂର୍ଣ୍ଣ ପୋଡି ହୋଇ କଟକ ମେଡିକାଲ ରେ ଚିକିତ୍ସିତ ହେଉଥିବା ସମୟରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଛି ।

ଯୌତୁକ ଟଙ୍କା ପାଇଁ ତାର ସ୍ୱାମୀ ଓ ଶାଶୁ ମାରି ଦେଇଥିବା ଥାନା ରେ ବାପଘର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଥାନା କେଶ ନମ୍ବର ୧୫୫/୨୨ ରେ ଏକ ମାମଲା ରୁଜୁ କରି ପୋଲିସ ବସନ୍ତ କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛି । ତେବେ ମଣିଷ ଆଜି ନିଜର ନୈତିକ ଜ୍ଞାନ କୁ ହରାଇବସି ଯାବତୀୟ ହୀନ କାର୍ଯ୍ୟ କରିବାକୁ ପଛାଉନାହିଁ ବୋଲି ବହୁ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର ସଠିକ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଝିଅ ବାପଘର ସମେତ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଦାବି କରିଛନ୍ତି । ମାହାଙ୍ଗା ରୁ mpx tv. ।

Share this…
Share on Facebook

Facebook