ମୟୂରଭଞ୍ଜ ; ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲଦାର। ଜମି ପଟା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ଅମିନ କମଳ ପାତ୍ର ଜରିଆରେ ଟଙ୍କା ତହସିଲଦାର ଚକ୍ରଧର ମାହାନ୍ତଙ୍କ ଠାରୁ ଜମି ପଟା କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତହସିଲଦାର ପୂର୍ବରୁ ୨୫ ହଜାର ଟଙ୍କା ନେଇଥିବା ବେଳେ ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।