ପୁଣି ରେଗିଂ ପାଇଁ ଚାଲିଗଲା ଆଉ ଜଣେ ନର୍ସିଂ ଛାତ୍ରୀଙ୍କ ଜୀବନ ।

ସୋର;ପୁଣି ରେଗିଂ ପାଇଁ ଚାଲିଗଲା ଆଉ ଏକ ଜୀବନ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେ । ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ଲିପ୍ସା ରାଣି ବେହେରା ବାଲେଶ୍ବର ସ୍ଥିତ ଜ୍ୟୋତି ହସ୍ପିଟାଲରେ ନର୍ସିଂ ର ପ୍ରଥମ ବର୍ଷର ଛାତ୍ରୀ ଥିଲେ ।

ଗତ ମଙ୍ଗଳବାର ରାତିରେ ଗଙ୍ଗାଧରଙ୍କ ନିକଟକୁ କଲେଜ ତରଫରୁ ଝିଅ ଗୁରୁତର ଅଛି ଶିଘ୍ର ଜ୍ୟୋତି ହସ୍ପିଟାଲ୍ ରେ ପହଞ୍ଚିବାକୁ ଫୋନ ଆସିଥିଲା । ପରିବାର ଲୋକ ପହଞ୍ଚିବା ପରେ ଝିଅ ଗୁରୁତର ଥିବା ଏବଂ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରିଥିଲେ । ଆଜି ଚିକିତ୍ସାଧିନ ଅବସ୍ଥା ରେ ଝିଅ ମୃତ୍ୟୁବରଣ କରିଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା କିମ୍ବା ରେଗିଂ ପାଇଁ ଆତ୍ମହତ୍ଯା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି . mpx tv odia

Share this…
Share on Facebook

Facebook