ଦ୍ୱାରସୁଣି ଘାଟିରେ ଦୁର୍ଘଟଣା; ୪ ମୃତ ୨ ଗୁରୁତର

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷିର ଦୁଆରସୁଣି ଘାଟିରେ ଦୁର୍ଘଟଣାର ଶେଷ ଜଣାପଡୁନାହିଁ। ପୁଣି ରକ୍ତମୁଖା ସାଜିଛି ଦ୍ୱାରସୁଣି ଘାଟି। ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ନିଜଗ୍ରାମ ଲୁହାକାନି ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଦୁଆରସୁଣି ଘାଟିରେ ଯାତ୍ରୀବାହୀ ବୋଲେରୋ ଗାଡିକୁ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରେଇ ବୋଲେର ଗାଡି (ଓଡ଼ି ୧୧ଏମ୧୫୧୬) ଟିକୁ ଚାପି ଦେଇଥିଲା! ଘଟଣା ସ୍ଥଳରେ ୩ଜଣଙ୍କ ପ୍ରଣବାୟୁ ଉଡିଯାଇଥିଲା।

ତେବ ଅନ୍ୟ ଦୁଇ ଜଣ ନାବାଳକ ଓ ଡ୍ରାଇଭର ଅତି ଗୁରୁତର ହୋଇଥିଲେ। ଦୁଇ ନାବାଳକ ଓ ଡ୍ରାଇଭର କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ନାବାଳକ କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ସ୍ୱସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଆଗ୍ନିସମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିବା ଜଣାପଡିଛି। ବୋଲେର ଗାଡି ତଳେ ଚାପି ହୋଇଥିବାରୁ ଯାତ୍ରୀଙ୍କୁ କଟର ସାହାଯ୍ୟରେ କାଟି ଉଦ୍ଧାର କରାଯାଇଥିଲା।

ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତେବେ ଅଧିକାଂଶ ସମୟରେ ଏହିପରି ଦୁର୍ଘଟଣା ଘଟୁଥିବା ସତ୍ତ୍ୱେ ସରକାର ଏଥି ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଥିଲେ।ମୟୁରଭଞ୍ଜ ସାରସ କଣା ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook