ଖବର ଆଜିର….ତାରିଖ ୦୮-୦୭-୨୦୨୨/ଶୁକ୍ରବାର

୧-ହାର୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ (୫୧, ୪/୩୩) ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତି ନେଇଛି ଭାରତ।

୨-କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି

୩-ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଗୁରୁବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବ୍ରେକ୍ସିଟ୍‌, କୋଭିଡ୍‌ ଏବଂ ମାଉଣ୍ଟିଂ ସ୍କାଣ୍ଡାଲ୍‌ ମଧ୍ୟରେ ଛନ୍ଦି ହୋଇ ତିନି ବର୍ଷ ଦାୟିତ୍ୱରେ ରହିବା ପରେ କଞ୍ଜରଭେଟିଭ୍‌ ପାର୍ଟିର ନେତା ପଦ ଛାଡିଛନ୍ତି।

୪-ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

୫-ଗଜପତି ଜିଲ୍ଲା ମୋହନା ଢିପସାହି(ନାରାୟଣ ନଗର)ରେ ଏକ ଚାଓମିନ୍ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

୬-ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାରି ଆଧୁନିକ ଚିନ୍ତାଧାରା ସହ ଯୋଡିବା ଜାତୀୟ ଶିକ୍ଷା ନୀତିର ମୂଳ ଆଧାର : ମୋଦୀ

୭-ଏଣିକି ଆନୁପାତିକ ବିଲ ବଦଳରେ ପ୍ରସ୍ତୁତ ହେବ ମାସିକିଆ ବିଲ: ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ନିଷ୍ପତି ନେଲା ଓଇଆରସି

୮-ରୋଷେଇ ଗ୍ୟାସ ଦର ବୃଦ୍ଧିର ସଫେଇ ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ-ତେଲ ବଜାରରେ ଅସ୍ଥିରତା ସତ୍ତ୍ୱେ ଇନ୍ଧନର ମୂଲ୍ୟ ସ୍ଥିର ରହିଛି

୯-HDFC, ICICI ଓ Axis Bank ଉପରେ କେନ୍ଦ୍ର ସରକାରଙ୍କ ମୋହର: ବିଦେଶୀ ହତିଆର କିଣିବା ପାଇଁ ଅର୍ଥ ପ୍ରଦାନ କରିବେ ୩ଟି ବ୍ୟାଙ୍କ

୧୦-ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗୁରୁବାର ଏକ ବଡ଼ ଖୁଲାସା କରିଛି । ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ VIVO ଟ୍ୟାକ୍ସ ଦେବାରୁ ବଞ୍ଚିବା ପାଇଁ ୬୨,୪୭୬ କୋଟି ଟଙ୍କା ଚିନ୍‌କୁ ପଠାଇଦେଇଥିବା ଇଡି କହିଛି

୧୧-ଭାଙ୍ଗିଦେଲେ ବର୍ଷ ବର୍ଷର ପରମ୍ପରା: ସନ୍ଧ୍ୟା ପୂର୍ବରୁ ଶେଷ ହେବ ସନ୍ଧ୍ୟା ଦର୍ଶନ।

୧୨-ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା ସହ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି। ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି

୧୩-ହାତୀ ଦାନ୍ତ ଉଦ୍ଧାର : ୩ ଗିରଫ, ୨ ଫେରାର ।ସମ୍ବଲପୁର ସହର ଠାରେ ହାତୀ ଦାନ୍ତ ବିକ୍ରି କରୁଥିବା ସମୟରେ ଏକ ରାକେଟକୁ ସମ୍ବଲପୁର ବନ ବିଭାଗ ଧରିଛି।

୧୪-ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ କଂଗ୍ରେସ ନେତା ଆନନ୍ଦ ଶର୍ମା, ରାଜନୀତି ହଲଚଲ୍

୧୫-ଦୁନିଆରେ ମଙ୍କିପକ୍ସ ମାମଲାରେ ୭୭ ପ୍ରତିଶତ ବୃଦ୍ଧି, WHOର ଚେତାବନୀ

୧୬-Hate Speech: ୨୦୧୪ ପରେ ଦେଶରେ ୫୦୦ ପ୍ରତିଶତ ବୃଦ୍ଧି ପାଇଛି ଘୃଣା ବିଦ୍ଵେଷକାରୀ ବୟାନ

୧୭-ରାଷ୍ଟ୍ରପତି ନିର୍ବାଚନ: ୟଶବନ୍ତ ସିହ୍ନା କହିଲେ ଯଦି ନିର୍ବାଚିତ ହେବି ସମ୍ବିଧାନ ପ୍ରତି ଉତ୍ତରଦାୟୀ ରହିବି ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook