ଝିଅ ଜଳିଗଲା ଆଖି ସାମ୍ନାରେ; ପରିବାର ଠାରୁ ପଡ଼ୋସୀ ସବୁ ନିରୂପାୟ

ଦିଗପହଣ୍ଡି;  ଆଖି ସାମ୍ନାରେ ହୁତୁହୁତୁ ହୋଇ ଜଳୁଥିଲା ଝିଅ । ମରଣ ଯନ୍ତ୍ରଣାର ଚିତ୍କାର ଝିଅ କରୁଥିବା ବେଳେ ପରିବାର ଠାରୁ ପଡ଼ୋସୀ ସବୁ ନିରୂପାୟ । କାହିଁକି ନାଁ ଝିଅ ମରଣ ପାଇଁ ନେଇଛି କଠୋର ନିସ୍ପତି । ଘର ଭିତର ପଟୁ କବାଟ ବନ୍ଦ କରି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଛି । ଝିଅର ମୃତ୍ୟୁର କମ୍ଫନ ସିନା ଝରକାରେ ଦିଶୁଛି ମାତ୍ର ବଂଚାଇବା ପାଇଁ ଝିଅ ସମସ୍ତଙ୍କୁ ନିରୂପାୟ କରି ଦେଇଛି । ଆଖି ସାମ୍ନାରେ ଝିଅ ଜଳୁଥିବା ବେଳେ ଝିଅକୁ ବଂଚାଇବା କ୍ଷେତ୍ରରେ ସବୁ ପଙ୍ଗୁ ହୋଇ ଯାଇଥିଲେ । ପିଛୁଳାକେ ଝିଅ ପୋଡ଼ି ପାଉଁଷ ହୋଇଗଲା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଂଚଳ ରାଣୀ ସାହିରେ ଏପରି ଛାତିଥରା ଘଟଣା ଘଟିଥିବା ବେଳେ ହୃଦୟବିଦାରକ ଖବର ସାରା ବନ୍ଧୁ ଠାରୁ ଆତ୍ମୀୟ , ପରିବାର ଠାରୁ ପଡ଼ୋସୀ ସମସ୍ତଙ୍କୁ ସ୍ତବ୍ଧ କରିଛି ।

ରିପୋର୍ଟ ଅନୁଯାୟୀ ଗାଁର କାଳିଆ ଜେନାଙ୍କ ଝିଅ କଳ୍ପନା ଜେନା ନିଜ ଶୋଇବା କୋଠରୀରେ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ଝିଅ ପଦ୍ମନାଭପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ମ ଶ୍ରେଣୀର ଛାତୀ ଥିବା ବେଳେ ପରୀକ୍ଷା ଫଳ ଶୁଣିବା ପୂର୍ବରୁ ଏପରି କାଣ୍ଡ ଭିଆଇଛି ।

ତେବେ ଝିଅ ଯଦି ଆତ୍ମହତ୍ୟା କରିଛି ତେବେ କହିଁକି ଏପରି କୋଠର ନିସ୍ପତି ନେଲା ? ଆତ୍ମହତ୍ୟା ପଛର କାରଣ କଣ ? ଯାହାକୁ ନେଇ ତଦନ୍ତ କରୁଥିବା ପୋଲିସ ଟିମକୁ ୩ ଛକିରେ ଠିଆ କରିଛି । ମୃତ ଦେହକୁ ପୋଲିସ ଆମ୍ବୁଲାନ୍ସ ମାଧ୍ୟମରେ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ନିଆଁକୁ ଅଗ୍ନିଶମ କର୍ମଚାରୀମାନେ ଆୟତ କରିଥିଲେ । ଗଞ୍ଜାମର ଭଗବାନ ପାଢୀଙ୍କ ରିପୋର୍ଟ  ।

Share this…
Share on Facebook

Facebook