ଗ୍ରାମବିକାଶ ହାଇସ୍କୁଲର ୨୦୨୧-୨୨ ମାଟ୍ରିକ ବୋର୍ଡ ପରୀକ୍ଷାରେ ସଫଳତା

ଦଶମ ବୋର୍ଡ ପରୀକ୍ଷାରେ ଗ୍ରାମବିକାଶ ହାଇସ୍କୁଲ, କଙ୍କିଆର ଶତପ୍ରତିଶତ ଛାତ୍ରଛାତ୍ରୀ ୬୦%ରୁ ଉର୍ଦ୍ଧ୍ଵ ମାର୍କ ରଖି ଉତ୍ତୀର୍ଣ୍ଣ ।
ଲଗାତର ୯ବର୍ଷ ଧରି ଦଶମ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଆସୁଛନ୍ତି ।
ଚଳିତ ବୋର୍ଡ ପରୀକ୍ଷାରେ ୭ଜଣ ଛାତ୍ରଛାତ୍ରୀ ମୋଟ ମର୍କ ୬୦୦ ରୁ ୫୦୦ ରୁ ଉର୍ଦ୍ଧ୍ଵ ମର୍କ ରଖିଛନ୍ତି ।
ସେମାନେ ହେଲେ ସୁନ୍ଦରସିଂ ମାଝୀ ୫୩୦(୮୮%), ହେମନ୍ତ ଶବର ୫୨୩(୮୭%), ହରେକୃଷ୍ଣ ଭୂୟାଁ ୫୧୭(୮୬%), ସସ୍ମିତା ମଲ୍ଲିକ ୫୧୫(୮୫%), ଆନନ୍ଦ ମାଝୀ ୫୦୭(୮୪%), ଚୁମନ ନାୟକ ୫୦୪(୮୪%), ସୌମ୍ୟରଞ୍ଜନ ଭୂୟାଁ ୫୦୨(୮୩%) ।

ଗ୍ରାମବିକାଶ ହାଇସ୍କୁଲ, କଙ୍କିଆର ମୋଟ ୧୩୦ଜଣ ଛାତ୍ରଛାତ୍ରୀ(ବାଳକ ୮୦ଜଣ ଓ ବାଳିକା ୫୦ଜଣ) ୨୦୨୧-୨୨ ବର୍ଷରେ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ A2-୨୩ଜଣ , B1-୭୯ଜଣ, B2- ୨୮ଜଣ ସମସ୍ତେ ୬୦%ରୁ ଉର୍ଦ୍ଧ୍ଵ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଗ୍ରାମବିକାଶର ଚାରୋଟି ଆବାସିକ ବିଦ୍ୟାଳୟ ମଧ୍ୟରୁ ଗ୍ରାମବିକାଶ ହାଇସ୍କୁଲ, କଙ୍କିଆ ଅନ୍ୟତମ । ଏହା ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ତଥା ବ୍ରହ୍ମପୁର ସହର ଠାରୁ ୨୦କି.ମି ଦୂରରେ ଅବସ୍ଥିତ । ଏହି ବିଦ୍ୟାଳୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିବା ବେଳେ । ଅନ୍ୟ ତିନୋଟି ଆବାସିକ ବିଦ୍ୟାଳୟ (ଗ୍ରାମବିକାଶ ଶିକ୍ଷାନିକେତନ, କୁମୁଡାବାହାଲ(କଳାହାଣ୍ଡି), ଗ୍ରାମବିକାଶ ବିଦ୍ୟାବିହାର, ଗାୟଗଣ୍ଡା(ଗଞ୍ଜାମ), ମହେନ୍ଦ୍ରତନୟା ଆଶ୍ରମ ବିଦ୍ୟାଳୟ, କଇଁପୁର(ଗଜପତି)ରେ ୮ମ/୯ମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ରହିଛି । ବିଶେଷତଃ ଏହି ବିଦ୍ୟାଳୟ ମାନଙ୍କରେ ଆଦିବାସୀ ଅଧ୍ୟୁଷିତ ଗ୍ରାମୀଣ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କୁ ଶିକ୍ଷାଗ୍ରହଣ ପାଇଁ ଅଗ୍ରାଧିକାର ଦିଆଯାଇଥାଏ । ଗ୍ରାମବିକାଶ କାର୍ଯ୍ୟକ୍ଷେତ୍ର ଅଞ୍ଚଳର ବିଭିନ୍ନ ଜିଲ୍ଲାମାନଙ୍କରୁ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତି ।

ବିଦ୍ୟାଳୟରେ ଶିକ୍ଷାଦାନ ସହିତ ଖେଳ, ଛାତ୍ରଛାତ୍ରୀଙ୍କ ସୃଜନାତ୍ମକ ଅଭିବୃଦ୍ଧି, ଚିତ୍ରକଳା, ନୃତ୍ୟ, ବିଜ୍ଞାନ ଭିତ୍ତିକ ଶିକ୍ଷାର ପ୍ରୋତ୍ସାହନ ତଥା ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ଗୁରୁତ୍ଵ ଦିଆଯାଇଥାଏ ।
ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କର ଉତ୍ସର୍ଗୀକୃତ ଶିକ୍ଷାଦାନ ତଥା ଛାତ୍ରଛାତ୍ରୀମାନଙ୍କର ପରିଶ୍ରମ ପାଇଁ ଏହି ସଫଳତା ମିଳିପାରିଛି । ଆଗାମୀ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ A1 ଗ୍ରେଡ ହାସଲ କରିବା ପାଇଁ ସେମାନଙ୍କ ଉତ୍ସାହ ବୃଦ୍ଧିକୁ ଦ୍ଵିଗୁଣିତ କରିବ ।

ଗ୍ରାମବିକାଶ ଚେୟାରମ୍ୟାନ ଜୋ ମାଡିୟାଥ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିବି. ଟି ଜନସନ୍ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବିବରଣୀ : ଦେବେନ୍ଦ୍ର ଦାସ , ସନ୍ତୋଷ ରାଉତ

Share this…
Share on Facebook

Facebook