ଦାଦନ ଦୁଃଖ ; ଗାଁକୁ ଫେରୁଥିବା ଓଡିଆ ଶ୍ରମିକ ମୁମ୍ବାଇରୁ ନିଖୋଜ

ପୁଣି ଗଞ୍ଜାମରେ ଦାଦନ ଦୁଃଖ । ଓମାନ ଉ୍ଲଙ୍କ ସହର ରୁ ଗାଁକୁ ଫେରୁଥିବା ଜଣେ ଓଡିଆ ଶ୍ରମିକ ମୁମ୍ବାଇରୁ ଗତ ଏକ ସପ୍ତାହ ହେଲା ନିଖୋଜ ଅଛନ୍ତି । ତେବେ ପରିବାର ଲୋକ ତାଙ୍କୁ ୨୫ ହଜାର ଟଙ୍କା ପାଇଁ ଅପହରଣ କରାଯାଇଥିବା ସନେ୍ଦହ କରୁଛନ୍ତି ।ୃ ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକ କୁମ୍ଭୀଢିପ ଗ୍ରାମର ଏକାଦଶୀ ଜେନା ପରିବାର ପ୍ରତିପୋଷଣ ପାଇଁ ତିନି ମାସ ତଳେ ଜଣେ ଠିକାଦାରଙ୍କ ମାଧମରେ ଓମାନ ଯାଇଥିଲେ । ଓମାନ ର ମସ୍କଟ ସହରରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଦୁଇ ମାସ କାମ କରିବାପରେ କମ୍ପାନୀ ମାତ୍ର ୧୨ ହଜାର ଟଙ୍କା ଦରମା ଆକର ରେ ପ୍ରଦାନ କରିଥିଲେ । ଏହା ପରେ ତାଙ୍କାର ସ୍ୱାସ୍ଥ୍ୟ ଅବସ୍ଥ ଖରାପ ହୋଇଥିଲା । ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥା ଅହୁରି ଖରାପ ହେବାକୁ ଲାଗିଲା ।

ଏକାଦଶୀ ଜେନାଙ୍କୁ ଗାଁକୁ ଫେରିଯିବା ପାଇଁ କମ୍ପାନୀ କହିବା ସହ ଟିକେଟ ବାବଦକୁ ୨୫ ହଜାର ଟଙ୍କା ଏକାଦଶୀଙ୍କ ପରିବାରକୁ କମ୍ପାନୀ କହିଥିଲା । ତେବେ ୨୫ ହଜାର ଟଙ୍କା ପଠାଇବା ପାଇଁ ପରିବାର ଲୋକ ବିଳମ୍ବ କରିଥିଲେ । ସେପଟେ ଏକାଦଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ କମ୍ପାନୀ ଏକାଦଶୀଙ୍କୁ ଟିକେଟ କରି ୨୭ ତାରିଖରେ ଗାଁକୁ ଫଠେଇଥିଲା । ଏକାଦଶୀ ଗାଁକୁ ଫେରିବା ଖବର ଏକାଦଶୀଙ୍କ ପାଖରେ ରହୁଥିବା ତାଙ୍କ ଗ୍ରାମର ବାସିନ୍ଦା ଫୋନ କରି ଏକାଦଶୀଙ୍କ ପରିବାରକୁ ଜଣାଇଥିଲେ । ଏହା ପରେ ଏକାଦଶୀ ଙ୍କ ଜ୍ୱାଇଁ ଏକାଦଶୀଙ୍କୁ ଆଣିବା ପାଇ ସୁରାଟରୁ ମୁମ୍ବାଇ ଏୟାରପୋର୍ଟ ପଂଚିଥିଲେ । କିନ୍ତୁ ଏକାଦଶୀକୁ ପାଇନଥିଲେ । ବିଭିନ୍ନ ଜାଗାରେ ଖୋଜାଖୋଜିପରେ ଏକାଦଶୀଙ୍କ ଜ୍ୱାଇଁ ଥାନରେ ଏତଲା ଦେଇଥିଲେ ।

ଏତଲା ପରେ ପୋଲିସ ଏୟାରପୋର୍ଟ ର ସିସିଟିଭି ଯାଂଚ କରିଥିଲା । ସିସିଟିଭିର ଏକାଦଶୀ ଏୟାରପୋର୍ଟରୁ ବାହାରିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସେଠାରୁ ଏକାଦଶୀ କୁଆଡେ ଯାଇଛନ୍ତି ୯ ଦିନ ହେଲା କୌଣସି ପତା ମିଳିନି । କମ୍ପାନୀ ଏକାଦଶୀଙ୍କା ପରିବାର ଲୋକକୁ ୨୫ ହଜାର ମାଗିବା ଓ କାହାକୁ କିଛି ନଜଣାଇ ଟିକେଟ କରି ଗାଁକୁ ଫଠେଇବା କୁ ନେଇ ପଡରିବାର ଲୋକ ସନେ୍ଦହ କରୁଛନ୍ତି । ମସ୍କଟ କମ୍ପାନୀର ମୁମ୍ବାଇରେ ଶାଖା କାର୍ଯ୍ୟାଳୟ ଥିବାରୁ ଏକାଦଶୀ ମୁମ୍ବାଇରେ ପହଂଚିବା ପରେ ୨୫ ହଜାର ଟଙ୍କା ପାଇଁ ତାଙ୍କୁ ଅପହରଣ କରାଯାଇଥିବା ନେଇ ସନେ୍ଦହ ପ୍ରକାଶ କରିଛନ୍ତି ପରିବାର ଲୋକ । ତେବେ ଶିଘ୍ର ଏକାଦଶୀଙ୍କ ପତା ଲାଗାଇ ତାଙ୍କୁ ଫେରାଇ ଅଣିବାକୁ ପରିବାର ଲୋକ ପ୍ରସାଶନ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ

Share this…
Share on Facebook

Facebook