ମୋତେ ମାରିଦେଲା, ମୋ ଧନମଣୀ

ସାଲେପୁର;  ପୂଜି ଥିଲା ଶିବ ପାଇଥିଲା ପୁଅ । ସହିଥିଲା ଅସହ୍ୟ ଭର୍ଗ ଯନ୍ତ୍ରଣା । ବଂଶ ଉଦ୍ଧାରିବ, ଅନ୍ତିମ କାଳରେ ଆଶା ବାଡ଼ି ସାଜିବ । ଏମିତି ଆଶାରେ ମଜି ଯାଇଥିଲା ମା\’ । ଆଶା ମାରିଦେଲା, ସ୍ୱପ୍ନ ଭାଙ୍ଗିଦେଲା । \’ତା ଧନମଣୀ ତାକୁ ମାରିଦେଲା\’ । କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା ଶୁକରପଡ଼ା ଗାଁରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ଯାହା ସଭ୍ୟ ସମାଜକୁ ମର୍ମାହତ କରିଛି ।

ମା\’ର ତାଗିତ ପୁଅକୁ କରିବା ଯେ ଏତେ ମହଙ୍ଗା ସାବ୍ୟସ୍ତ ହେବ ଟିକେ ବି ମା\’ କଳ୍ପନା କରିନଥିଲା । ଆଜି ସକାଳେ ମା\’ ପ୍ରମିଳା ସ୍ୱାଇଁ ପୁଅକୁ ରାସ୍ତାକୁ ଆଣିବାକୁ ତାଗିତ କରିଥିଲେ । ମାତ୍ର ମାଆ ର ଉପଦେଶ ପୁଅ ଜିତେନ୍ଦ୍ରେ ସ୍ୱାଇଁଙ୍କ ପାଦ ରକ୍ତ ମୁଣ୍ଡକୁ ଉଠିଥିଲା । ମା\’ ସକାଳେ ନିତ୍ୟକ୍ରର୍ମ କରୁଥିବା ବେଳେ ପୁଅ ଜିତେନ୍ଦ୍ର ପନିକି ଶାବଳରେ ଆକ୍ରମଣ କରିଥିଲା ।

ଘଟଣାସ୍ଥଳରେ ମା\’ ପ୍ରମିଳା ଗୁରୁତର ହୋଇ ପଡ଼ିଥିବା ବେଳେ ଗାଁ ଲୋକ ନିଶ୍ଚିତକୋଇଲି ମେଡ଼ିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ ପ୍ରମିଳାଙ୍କ ସ୍ୱାମୀ ଗୌରାଙ୍ଗ ସ୍ୱାଇଁ ପୁଅ ମା\’କୁ ମାରିଥିବା ଥାନାରେ ଅଭିଯୋଗ ପରେ ନିଶ୍ଚିତକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟା କାରୀ ପୁଅ ଫେରାର ଥିବା ବେଳେ ମା\’ ହତ୍ୟାକରୀ ପୁଅକୁ ଧରିବାକୁ ପୋଲିସ ଜୋରଦାର ଉଦ୍ୟମ କରିଛି ।

ତେବେ ଏପରି ନୃଶଂସ ହତ୍ୟାକାଣ୍ଡକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ତିବ୍ର ନିନ୍ଦ କରିବା ସହ ମା\’ ହତ୍ୟାକାରୀ ପୁଅକୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି । ସାଲେପୁରରୁ ମନୋଜ କୁମାର ସାହୁଙ୍କ ସାହୁଙ୍କ ରିପୋର୍ଟ mpx tv ।

Share this…
Share on Facebook

Facebook