କେନ୍ଦ୍ର ମନ୍ତ୍ରୀ ଯୋହନ୍ ବାର୍ଲା ଙ୍କ ଉମରକୋଟ ଗସ୍ତ

ନବରଙ୍ଗପୁର ଗସ୍ତ ରେ ଆସିଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଯୋହନ ବାର୍ଲା ଙ୍କୁ ଆଜି ଉମରକୋଟ ବିଜେପି ତରଫରୁ ଭବ୍ୟ ସ୍ଵାଗତ କରାଗଲା। ଏହି ଅବସରରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପର୍ଶୁରାମ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ,ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ପ୍ରମୁଖ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଗତ ୪ ଜୁଲାଇରେ ପହଞ୍ଚି ବା ପରେ ଜୁଲାଇ ୫ ତାରିଖ ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବାର୍ଲା ଉମରକୋଟ ରେ କାର୍ଯ୍ୟକର୍ତ୍ତା ମାନଙ୍କୁ ସାକ୍ଷାତ କରି ସଂଗଠନ କୁ ମଜବୁତ କରିବା ପାଇଁ ମାର୍ଗଦର୍ଶନ କରିଥିଲେ। ତତ ସହ ସଂଖ୍ୟା ଲଘୁ ଉପ ସଭାପତି କାଜ଼ାମ ମଦାନୀ ବଜେପି ର ସଂଖ୍ୟା ଲଘୁ ମୋର୍ଚା କୁ କିପରି ଭାବରେ ଅଧିକ ରୁ ଅଧିକ ସୁଦୃଢ କରାଯିବ ନିଜ ଭାଷଣ ରେ ବ୍ୟକ୍ତ କରିଥିଲେ.

.. ମାନନୀୟ ମନ୍ତ୍ରୀ ମହୋଦୟ କୌଣସି ସଂଖ୍ୟା ଲଘୁ ସମ୍ପ୍ରଦାୟ କୁ ଭାରତୀୟ ଜନତା ପାର୍ଟି କେବେ ପକ୍ଷ ପାତି କରେ ନାହିଁ ବୋଲି ସମସ୍ତଙ୍କୁ ବୁଝାଇଥିଲେ ଅବସରରେ ମନ୍ତ୍ରୀ ମହୋଦୟ ଓଡିଶା ପାଇଁ 145 କୀ. ଗ୍ରା ଭାରତ୍ତଳନ ପ୍ରତିଯୋଗିତାରେ ସ୍ଵର୍ଣ ପଦକ ହାସଲ କରିଥିବା ମିନା ସାନ୍ତା ଙ୍କୁ ସୂବେଚ୍ଛା ଜଣାଇ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇବା ସକାଶେ ପ୍ରସୂତି ଦେଇଥିଲେ । ଦଳର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ଙ୍କ କହିବା ଅନୁଯାୟୀ ଯୋହନ ବାର୍ଲା ଙ୍କ ନବରଙ୍ଗପୁର ଗସ୍ତ ସଂପୂର୍ଣ୍ଣ ସାକାରତ୍ମକ ପ୍ରଭାବ ପକାଇଛି ଏବଂ ସବକା ସାଥ୍ ସବକା ବିକାଶ୍ ସବକା ବିଶ୍ବାସ ର ବାର୍ତ୍ତା ସହ ଏଥର କାର୍ଯ୍ୟକର୍ତ୍ତା ଆଗକୁ ବଢିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଉମରକୋଟ ରୁ ମନୋଜ କୁମାର ନାୟକଙ୍କ ରିପୋର୍ଟ mpx tv

Share this…
Share on Facebook

Facebook