ଖବର ଆଜିର…..ତାରିଖ ୦୬-୦୭-୨୦୨୨/ବୁଧବାର

୧-ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ବେଳେ ପ୍ରକାଶ ପାଇବ ରେଜଲ୍ଟ। ଏହା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ।

୨-ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ପୁଣି ଦାବୀ ହୋଇଛି। ମଙ୍ଗଳବାର ଭୁବନେଶ୍ୱରର ଲୋୟର ପିଏମଜିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ପ୍ରତିବାଦ କରାଯାଇଛି।

୩-ଅଷ୍ଟ୍ରେଲିଆରେ ବଢ଼ିବାରେ ଲାଗିଛି ହିନ୍ଦୁଙ୍କ ସଂଖ୍ୟା, କମିବାରେ ଲାଗିଛି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ସଂଖ୍ୟା

୪-ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଘରୋଇ ଦଳର ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୨ରେ ଡ୍ର ରହିଛି।

୫-ନୂପୁର ଶର୍ମାଙ୍କୁ ନେଇ ମୁହଁଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ। କହିଲେ, କହିବାର ଶୈଳୀ ଠିକ ହେବା ଦରକାର, ଯାହାଦ୍ୱାରା ଲକ୍ଷ୍ୟ ହେବ ସାଧିତ।

୬-WTC Points Tableରେ ଭାରତକୁ ଝଟକା, ଇଂଲଣ୍ଡଠୁ ହାରିବା ପରେ ଫାଇନାଲ୍‌ରେ ପହଞ୍ଚିବା ହେଲା କଷ୍ଟକର

୭-ଭୁବନେଶ୍ୱର ପରେ ଦେବଗଡ଼: ANM ସେଣ୍ଟରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ, ଆରମ୍ଭ ହେଲା ତଦନ୍ତ

୮-ସୌର ଚୁଲା ଲଞ୍ଚ କଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ, ବିନା ଖର୍ଚ୍ଚରେ ୧୦ ବର୍ଷ ଯାଏ କରି ପାରିବେ ରୋଷେଇ ।

୯-କୌଣସି ପରିସ୍ଥିତିରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆମେ ସମର୍ଥନ କରିବୁ ନାହିଁ: ଆରଜେଡି ।

୧୦-ମୁମ୍ବାଇରେ ସ୍ପାଇସ୍ ଜେଟ୍ ବିମାନର ଜରୁରୀ ଅବତରଣ, ୱିଣ୍ଡସିଲ୍ଡରେ ଫାଟ, ୧୭ ଦିନରେ ସପ୍ତମ ଘଟଣା

୧୧-ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଙ୍ଗଠନିକ ସଂପାଦକ

୧୨-ମୁମ୍ବାଇରେ ମୁସଳଧାରା ବର୍ଷା, ପାଣି ଆଉ ପାଣି ଭିତରେ ବେହାଲ ଜନଜୀବନ

୧୩-ରାଜଧାନୀ ରାଜରାସ୍ତାରେ ମେଳି କଲେ କିନ୍ନର। ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ପରେ ସରକାର ଦେଉଥିବା ପାଣ୍ଠି ହଡପ ନେଇ ଅଭିଯୋଗ।

୧୪-ତାଜମହଲ ତିଆରି ହୋଇ ନଥିଲେ ଆଜି ଦେଶରେ ୪୦ ଟଙ୍କାରେ ମିଳୁଥାନ୍ତା ପେଟ୍ରୋଲ : ଓବେସୀ ।

୧୫-ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ, ଟାର୍ଗେଟରେ ଜି-ମିଡିଆର ଉପସ୍ଥାପକ। ରୋହିତ ରଞ୍ଜନଙ୍କୁ ବାନ୍ଧିବା ପାଇଁ ଛତିଶଗଡ଼ ଓ ୟୁପି ପୋଲିସ ମଧ୍ୟରେ ଛକାପଞ୍ଝା।

୧୬-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ, ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ କଲେ ଅନୁରୋଧ

୧୭-ଆମେ ମିଛୁଆ ବିଧାୟକ ହୋଇ ରହିବାକୁ ଚାହୁଁନୁ: ସୌମ୍ୟରଞ୍ଜନ ପଟ୍ଟନାୟକ ।

୧୮-ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ସଂସଦ ଭବନ ୬୩ ନମ୍ବର କକ୍ଷରେ ମତଦାନ ।

୧୯-ଜୁଲାଇ ୮ରୁ ସୃଷ୍ଟି ହେବ ଲଘୁଚାପ, ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି ।

୨୦-ରୁଚିକା ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିକଲା ବିଜେପି ଯୁ‌ବମୋର୍ଚ୍ଚା।

୨୧-ସରକାରଙ୍କୁ କାଠଗଡ଼ାକୁ ଟାଣିଲା ଟ୍ବିଟର: କର୍ଣ୍ଣାଟକ ହାଇକୋର୍ଟରେ ନିର୍ଦେଶକୁ ଚ୍ୟାଲେଞ୍ଜ୍‌

୨୨-ତିନିରଥର ଦକ୍ଷିଣମୋଡ଼ ଆଜି: ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ ।

୨୩-ଭିଭୋ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ।
ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook