ମିଳୁନି ବକେୟା ଦରମା, ତାତିଲେ ଶିକ୍ଷକ, ଘେରିଲେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ

ମୟୂରଭଞ୍ଜ ; ମିଳୁନି ବକେୟା ଦରମା, ତାତିଲେ ଶିକ୍ଷକ ଘେରିଲେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,. ମୟୁରଭଞ୍ଜ ଜିଲ୍ଲାର ୨୬ ଟିବ୍ଲକ ରହିଛି ।ସେଥିମଧ୍ୟରୁ ଅନ୍ୟ ବ୍ଲକରେ ନିର୍ଦ୍ଧାରିତ ସମୟରେ ଦରମା ମିଳି ସାରିଥିବା ବେଳେ ସାରସକଣା ବ୍ଲକରେ ଏଯାଏଁ ରେଗୁଲାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମିଳିନି ବକେୟା ଦରମା ।ଏନେଇ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସମଣି ନାଏକଙ୍କୁ ଅଫିସରେ ଅଭିଯୋଗ କଲେ ପ୍ରତିଶୃତି ମିଳିଲା ମାତ୍ର ମିଳିଲାନି ବକେୟା ଅର୍ଥ ସହିବାର ସୀମା ଟପିଲା ଶେଷରେ ତାତିଲେ ଶିକ୍ଷକ ଶିକ୍ଷୟିତ୍ରୀ, ଘେରିଲେ ସାରସକଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ଏଭଳି ଘଟଣା ସାରସକଣା ବ୍ଲକରେ ଦେଖିବାକୁ ମିଳିଛି, ଅଭିଯୋଗରୁ ପ୍ରକାଶ ଯେ ସାରସକଣା ବ୍ଲକରେ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଅଵସର ନେବାପରେ ପେନସନ କାଗଜ ପତ୍ରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦସ୍ତଖତ କରୁନାହାନ୍ତି ଯାହା ଫଳରେ ଅବସର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଟଙ୍କା ଅଭାବରୁ ପରିବାର ଚଳେଇବାରେ କଷ୍ଟ ହେଉଛି ।

vo 2 ଅନ୍ୟ ପଟେ ରେଗୁଲାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦରମା ବିଲରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ଦସ୍ତଖତ ହେଇପାରୁନାହିଁ ଯାହା ଫଳରେ ଅଟକି ରହିଛି ରହିଛି ଦରମା । ସାରସକଣା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସରେ ପହଞ୍ଚି ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସମଣି ନାୟକ ସହିତ ଶିକ୍ଷକ ମାନେ ସମସ୍ୟା ବାବଦରେ ଆଲୋଚନା କଲେ ଶିକ୍ଷକ ସଂଘର ସଭାପତି ଆଦିକନ୍ଦ ପାତ୍ରଙ୍କ ସମେତ ଅଶୋକ କୁମାର ସାହୁ, ଚନ୍ଦନ ସାହୁ, ଜହର ଲାଲ ମଣ୍ଡଳ,ରହିତ ସେଠୀ,ସୁବ୍ରତ ରଞ୍ଜନ ସେଠୀ,ମୋହନ ଲାଲ ମୁର୍ମୁ,ଦୀପକ କୁମାର ସାହୁ,କୁନୁରାମ ସିଂ,ପ୍ରଭେନ ମହାନ୍ତଙ୍କ ସମେତ ସମସ୍ତ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାରସକଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ । ତେବେ ଖୁବଶୀଘ୍ର ଏହାର ସମାଧାନ କରିବେ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

କାହିକି ଶିକ୍ଷକଙ୍କ ବକିୟା ଅର୍ଥ ଝୁଲାଇ ରଖିଛନ୍ତି । କାହାର ପାଖରେ ଅଟକିଛି ଗୁରୁଙ୍କ ପ୍ରାପ୍ୟ । ପ୍ରାପ୍ୟ ବିନା ଗୁରୁଙ୍କ ପରିବାରର ଚିଲିବା କାଷ୍ଟସାଧ୍ୟ ହେଉଥିବା ବେଳେ ନ୍ୟାୟ ପାଇଁ ରାସ୍ତାକୁ ଆସି ପ୍ରଶାସନ ବିରୋଧରେ ଆନ୍ଦୋଳନ ପାଇଁ ଅଂଟା ଭିଡ଼ିଲେଣି । ତେବେ କେବେ ବିଳିବ ଗୁରୁଙ୍କ ବକିୟା ଦରମା ତାହା ଦେଖିବାକୁ ବାକି ରହିଲା । ମୟୂରଭଞ୍ଜରୁ ତପନ ଦଣ୍ଡପାଟଙ୍କ ରିପୋର୍ଟ

Share this…
Share on Facebook

Facebook