କଣ୍ଟ୍ରାକ୍ଟର ପ୍ରୀତି ରେ ବନ୍ଧା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ l

କବିସୂର୍ଯ୍ୟନଗର ; କଣ୍ଟ୍ରାକ୍ଟର ପ୍ରୀତି ରେ ବନ୍ଧା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ l କାମ ସରିବାର ଛଅ ମାସ ନପୂରୁଣୁ କେହୁଠି ଦବି ଫାଟି ଆଁ କରିଛି କଲଭଟ l ତ ଆଉ କେହୁଠି ଗାର୍ଡ ୱାଲ ଭୁଶୁଡି ଧୋଇ ହୋଇ ଯାଇଛି ଫେବର ଟାଇଲ l ବିପଦ ସଂକୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଲୋକେ l କଣ୍ଟ୍ରାକ୍ଟର ଓ ବିଭାଗୀୟ ଅଧିକାରୀ ଙ୍କ ଲାଭଖୋର ମନଭାବ ଯୋଗୁଁ ନିମ୍ନମାନର କାର୍ଯ୍ୟ କରାଯଇ ଲୋକ ଙ୍କୁ ହନ୍ତସନ୍ତ କରାଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏହାର ଉଚ୍ଚସ୍ଥରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ l
କେହୁଁଠି ଗାର୍ଡ ୱାଲ ଭୁଶୁଡି ଫେବର ଟାଇଲ ଧୋଇ ଗଲାଣି l ତ କେହୁଁଠି କଲଭଟ ଫାଟି ଆଁ କରିଛି l ଖାଲି ଏତିକି ନୁହଁ ଜନଗହଳି ସ୍ଥାନ ବଜାର ଉପରେ ରେ ନିର୍ମାଣ ହୋଇଥିବା କଲଭଟ ଦବି ଗଲାଣି l ଏହି ସବୁସ୍ଥାନ କୁ ଦେଖିଲେ ଲାଗୁଛି ସତେଯେମିତି ବଡ଼ ଦୃଘଟଣା କୁ ନିମନ୍ତ୍ରଣ ଦିଆଯାଉଛି l ମାତ୍ର କିଛି ମାସତଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ରବସଷ୍ଟାଣ୍ଡ ନିକଟ ରେ କଲଭଟ, ଆଇବି ଛକ ନିକଟରେ କଲଭଟ ଓ ଗୁଡ଼ିଆଳି ଛକ ନିକଟ ଫେବର ଟାଇଲ ରାସ୍ତା ଏବଂ ତାକୁ ଲାଗି ନିର୍ମାଣ ହୋଇଥିବା ନାଳ ପୂର୍ତ୍ତ ବିଭାଗ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହୋଇଥିଲା ଏହି ସବୁ ଉନୟନ ମୂଳକ କାର୍ଯ୍ୟ l ହେଲେ ନିର୍ମାଣ ର କିଛି ମାସ ନପୂରୁଣୁ କାର୍ଯ୍ୟର ରୂପ ବଦଳିଯାଇଛି l କଲଭଟ ଗୁଡିକର ନିନ୍ମମାନର କାର୍ଯ୍ୟ କୁ ନେଇ ଅଭିଯୋଗ ହେଲେ ବିଭାଗ ଦ୍ୱାରା କିଛିଦିନ କୁ ଥରେ କଲଭଟ ଗୁଡିକରେ ଗୁଡ଼ି ସିମେଣ୍ଟ ପକାଇ ରିପେର କରାଯାଉଛି l ତଥାପି କାମ ଏତେ ନିନ୍ମମାନର ହୋଇଛିଯେ ରିପେର ପରେବି ଯଥା ପୂର୍ବମ୍ ତଥା ପରମ ହୋଇଯାଉଛି l ହେଲେ ଏଠି ବଡ଼ ପ୍ରଶ୍ନ ଉଠୁଛି ଏହି ନିନ୍ମମାନର କାର୍ଯ୍ୟ ନିର୍ମାଣ ବେଳେ ବିଭାଗୀୟ ଅଧିକାରୀ ମାନେ କଣ କରୁଥିଲେ? ନିମ୍ନମାନର କାର୍ଯ୍ୟ ସତ୍ୱେ କଣ୍ଟ୍ରାକ୍ଟର ମାନ ବିଲ ମଞ୍ଜୁର ହେଲା କିଭଳି? କଣ୍ଟ୍ରାକ୍ଟର ନିନ୍ମମାନର କାର୍ଯ୍ୟ କରିବା ପଛରେ ବିଭାଗୀୟ ଅଧିକାରୀଙ୍କ ହାତ ରହିଛିକି? ଏମିତି ଅନେକ ପ୍ରଶ୍ନ ଅଞ୍ଚଳବାସୀ ଙ୍କ ମନରେ ଉଠୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉନ୍ନତ ମାନର କାର୍ଯ୍ୟ ଲୋକଙ୍କ ଲାଗି କରିବାକୁ ଦାବି କରିଛନ୍ତି ସହରବାସିନ୍ଦା l

ସବୁଠାରୁ ବଡ଼କଥା ହେଲେ କବିସୂର୍ଯ୍ୟନଗର ଠାରେ ପୂର୍ତ୍ତ ବିଭାଗର ସବଡିଭିଜନ କାର୍ଯ୍ୟାଳୟ ରହିଛି l ବର୍ଷକୁ କୋଟି କୋଟି ଟଙ୍କାର କାର୍ଯ୍ୟ ଏହି କାର୍ଯ୍ୟାଳୟ ଜରିଆରେ ହେଉଥିବା ବେଳେ କାର୍ଯ୍ୟାଳୟ ସାମ୍ନାରେ କିନ୍ତୁ ବିଭାଗର ବୋର୍ଡ ନାହିଁ l ଯେହୁଁ ବୋର୍ଡ ଟି ରହିଛି ସେଥିରେ କୌଣସି ବିଭାଗର ନାମ ଲେଖାଯାଇନାହିଁ l ସେପଟେ ସବଡିଭିଜନ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ରହି ସହରରେ ହେଉଥିବା ସମସ୍ତ କାର୍ଯ୍ୟ ନିଜେ ତଦାରଖ କରୁଥିବା ନଜିର ରହିଛି l ତଥାପି ବିଭିନ୍ନ ସ୍ଥାନରେ ନିନ୍ମମାନର କାର୍ଯ୍ୟ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ନେଇ କଣ କହୁଛନ୍ତି ଦେଖନ୍ତୁ l

ପୂର୍ତ୍ତ ବିଭାଗ ର ପିସି କାରବାର ବିଷୟରେ କିଛି ମାସ ତଳେ ଅଞ୍ଚଳର କଣ୍ଟ୍ରାକ୍ଟର ସୂଚନା ଫଳକରେ ଲେଖିବା ପରେ ବିଭାଗୀୟ ଅଧିକାରୀ ମାନେ ହରଡଘଣାରେ ପଡ଼ିଥିଲେ l ବର୍ତ୍ତମାନ ନିମ୍ନମାନର କାର୍ଯ୍ୟକୁ ନେଇ ପୁଣି ଥରେ ଏହି ବିଭାଗ ଚର୍ଚ୍ଚାକୁ ଆସିଥିବା ବେଳେ ଏହାର ଉଚ୍ଚସ୍ଥରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି l

ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ mpx news odia .

Share this…
Share on Facebook

Facebook