90 ବର୍ଷ ରେ ବିବାହ କଲେ ବୃଦ୍ଧ ଦମ୍ପତି 

ଆଜିର ସ୍ୱାର୍ଥପର ଦୁନିଆରେ ବାପା , ମା’ ବୃଦ୍ଧ ହେବା ପରେ ପିଲା ମାନଙ୍କ ଅତ୍ୟାଚାର ରେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟିବା , କିଛି ନହେଲେ ନିଜର ସ୍ୱାର୍ଥପରତା ପାଇଁ ବୃଦ୍ଧ ବାପା, ମା’ ଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେବା ଆଜି କାଲିର କିଛି ନୂଆକଥା ନୁହେଁ। ଏହି ସବୁ ଠାରୁ ଦୂରରେ ରହି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆଳି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ କଅଁରପୁର ଗ୍ରାମର ବଳ ପରିବାରେ । ୯୦ ବର୍ଷ ବୟସରେ ଶେଷ ପାହାଚରେ ପାଦ ଥାପିଥିବା ବାପ ,ମା’ ଙ୍କର ୬୫ ତମ ବିବାହ ଉତ୍ସବ ପାଳନ କରି ସମାଜରେ ଆଗାମୀ ପିଢିଙ୍କୁ ଦିଗଦର୍ଶନ ଦେଇ ଛନ୍ତି ଏହି ବଳ ପରିବାର । ବଳ ପରିବାର କହିବା ମୁତାବକ ୧୯୫୭ ମସିହା ରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଖଡ଼ିପାଳ ଗ୍ରାମର ବଂଶୀଧର ବଳ ଙ୍କ ପୁତ୍ର ନଟବର ବଳ ଙ୍କ ବିଭାହ ଆଳି ବ୍ଲକ ର କଅଁରପୁର ଗ୍ରାମର ନାରାୟଣ ଙ୍କ ପୁତ୍ରୀ ଉର୍ମିଳା ଙ୍କ ସହ ରୀତି ନୀତି ଅନୁସାରେ ବିଧିବଦ୍ଧ ବିବାହ ହୋଇଥିଲା ନାରାୟଣ ଙ୍କ ର କୌଣସି ପୁତ୍ର ନଥିବାରୁ ନଟବର ଘର ଜ୍ୱାଇଁ ଭାବେ କଅଁରପୁର ଠାରେ ରହିଆସୁଛନ୍ତି ।ଆଜି ତାଙ୍କ ବିବାହକୁ ୬୫ ବର୍ଷ ପୁରିବା ଅବସର ରେ ତାଙ୍କ ପୁତ୍ର ଦେବେନ୍ଦ୍ର ବଳ, ପ୍ରମୋଦ ବଳ, ବ୍ରହ୍ମାନନ୍ଦ ବଳ, ପ୍ରଦୀପ ବଳ ଓ ପୁତ୍ର ବଧୁ ମିନତୀ ବଳ ସୁଷମା ବଳ, ପୁଷ୍ପଲତା ବଳ ନିଜ କରପୁର ବାସ ଭବନ ରେ ନିଜ ବାପା ଓ ମା’ ଙ୍କୁ ବର କନିଆଁ ବେଶରେ ସଜାଇ ଉଭୟ ଉଭୟଙ୍କୁ ବର ମାଳ ପକାଇ ଏକ ନିଆରା ପୁନଃ ବିବାହର ଉତ୍ସବ ମାନଇଛନ୍ତି । ଏହି ଉତ୍ସବକୁ ଆନନ୍ଦ ,ଉଲ୍ଲାସରେ ପାଳନ କରିବା ସହିତ ଏହି ଖୁସିରେ ଗ୍ରାମର ସମସ୍ତ ସଦସ୍ୟଙ୍କୁ ଡାକି ସାମିଲ କରି ଆଜି କାଲିର ସମାଜରେ ଚାଲୁଥିବା ଚଳଣି ପରି କେକ କାଟି ଖୁସି ମନାଇଛନ୍ତି । ଗ୍ରାମ ବାସୀଙ୍କୁ ଖିରି ପୁରୀ ଦେଇ ବେଶ ଜାକଜମକରେ ପାଳନ କରିଛନ୍ତି । ଏଭଳି ଦୃଶ୍ୟ ସମାଜ ପାଇଁ ପ୍ରେରଣା ଯୋଗାଇବା ସହିତ , ଯେଉଁମାନେ ନିଜ ବାପ , ମା’ ଙ୍କ ପ୍ରତି ନିଜର କର୍ତ୍ତବ୍ୟ ଭୁଲି ନାନା ପ୍ରକାରର ଯନ୍ତ୍ରଣା , ନିର୍ଯ୍ୟାତନା ଦେଇ ଆସୁଛନ୍ତି ଅନ୍ତତଃ ପକ୍ଷେ ଏହି ଦୃଶ୍ୟ ଦେଖିଲେ କିଛି ଶିକ୍ଷା ଲାଭ କରିବା ସହିତ ନିଜର ବୃଦ୍ଧ ବାପ ମା’ ଙ୍କ ପ୍ରତି ନିଜର କ’ଣ ରହିଛି କର୍ତ୍ତବ୍ୟ ନିଜେ ବୁଝି ପାରିବେ ।

Share this…
Share on Facebook

Facebook