ବାପା, ମାଆ, ଭାଇଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ନଦୀକୁ ଡେଇଁ ଆତ୍ମହତ୍ଯା ଉଦ୍ୟମ କରୁଥିବା ପୁଅବୋହୂଙ୍କୁ ରକ୍ଷାକଲେ ବାଟୋଇ

ବିବାହକୁ ପୁରିଲାଣି ୧୪ ବର୍ଷ। କୋଳରେ ଦୁଇ ଦୁଇଟି ନାବାଳିକା କନ୍ଯା।କମ୍ପାନୀ ଚାକିରି କରୁଥିବା ସ୍ବାମୀ ରୁହନ୍ତି ରାଜ୍ୟ ବାହାରେ।
ବିଭିନ୍ନ ସମୟରେ ଶ୍ବଶୁର ଓ ଦିଅରଙ୍କ ଲୋଲୁପ ଦୃଷ୍ଟିର ଶୀକାର ହେଉଥିବା ବୋହୁ ୨୦୧୫ ମସିହା ରୁ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ମଧ୍ୟ ପାଇପାରୁନି ନ୍ଯାୟ। ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଆଜି ନଦୀକୁ ଡେଇଁ ଆତ୍ମହତ୍ଯା ଉଦ୍ୟମ କରୁଥିବା ପୁଅବୋହୂଙ୍କୁ ରକ୍ଷାକରିଛନ୍ତି ବାଟରେ ଯିବା ଆସିବା କରୁଥିବା ଲୋକେ।

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତିକନପୁର ଗ୍ରାମର ମହେନ୍ଦ୍ର ବାରିକ ଓ ପତ୍ନୀ ବବିତା ପଟ୍ଟନାୟକ। ୨୦୧୫ ରୁ ଅନେକଥର ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ କରୁଥିଲେ ମଧ୍ୟ ଭଦ୍ର ଲୋକମାନଙ୍କ ମଧ୍ୟସ୍ଥତାରେ ସମାଧାନ ହେଉଥିଲା। ଗତକିଛିଦିନ ତଳେ ପୁନର୍ବାର ଶ୍ବଶୁର ବ୍ରଜ କିଶୋର ବାରିକ, ଶାଶୁ ପ୍ରତିମା, ଦିଅର ଜିତେନ୍ଦ୍ର ଓ ଜିତେନ୍ଦ୍ର ଙ୍କ ଶଳା ବାଙ୍କୁ ମାଡମାରିବା ନେଇ ପାଟକୁରା ଥାନାର ଦ୍ବାରସ୍ଥ ହୋଇଥିଲେ ବବିତା। ଗାଁ ଭଦ୍ରଲୋକ ବସି ସମାଧାନ କରିବା ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ସମାଧାନ ପାଇଁ ବସିବା ବଦଳରେ ଶ୍ବଶୁର ନିଜ ମୁଣ୍ଡରେ ପଟି ବାନ୍ଧି ଏସପି ଙ୍କ ଅଫିସ ରେ ପହଞ୍ଚି ବୋହୁ ମାଡ ମାରିବା ଓ ପାଟକୁରା ପୋଲିସ୍ ଶୁଣୁନଥିବା ନେଇ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୁଣି ଥରେ ଶ୍ବଶୁର, ଶାଶୁ, ଦିଅର, ଯାଆ ଓ ଦିଅରଙ୍କ ଶଳା କାଳିଆ ଘରେ ପଶି ମାଡମାରିବା ଓ ସମାଧାନ ପାଇଁ ଭଦ୍ରଲୋକମାନେ ନ ଆସିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ଯା କରିବା ପାଇଁ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ନିର୍ଯାତିତ ଦମ୍ପତି।

ବାଟରେ ଯାଉଥିବା ଲୋକେ ସେମାନଙ୍କୁ ଏଥିରୁ ନିବୃତ୍ତ କରି ଥାନାରେ ଜଣାଇବା ସହ ବୁଝାସୁଝା କରି ସମ୍ପର୍କୀୟଙ୍କ ସହିତ ଘରକୁ ପଠାଇ ଦେଇଛନ୍ତି।

Share this…
Share on Facebook

Facebook