ଜମିବାଡ଼ି ବିବାଦରୁ ପ୍ରଥମେ କଥା କଟାକଟି ଆଉ ଅଚାନକ ଉଠିଲା ମାରଣାସ୍ତ୍ର ।

ମରଣାନ୍ତକ ଆକ୍ରମଣରେ ବାପା ମୃତ, ପୁଅ ଗୁରତର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରା କାଟେଣୀରେ ଦେଖିବାକୁ ମିଳିଛି ସମ୍ପତି କଳିର ଉଗ୍ରରୂପ । ସାମାନ୍ୟ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାତ ସଂଘର୍ଷ ଘଟିଛି । ରିପୋର୍ଟ ଅନୁଯାୟୀ ଗତ କିଛି ଦିନ ହେବ ବୈକୁଣ୍ଠ ସାହୁ ଓ ତାଙ୍କ ପଡ଼ୋସୀ ଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା । ଗୁରୁବାର ଦିନ ବିବାଦିୟ ସ୍ଥାନରେ ବୈକୁଣ୍ଠ ଓ ତାଙ୍କ ପୁଅ ମାଟି ଖୋଳିଥିଲେ । ମାତ୍ର ବାପା ଓ ପୁଅଙ୍କ ଏ କାର୍ଯ୍ୟକୁ ଗାଁର ସଞ୍ଜୟ ସାହୁ,ସିଦ୍ଧାର୍ଥ ସାହୁ ଓ ଅଜୟ ସାହୁ ବିରୋଧ କରିଥିଲେ । ଯାହାକୁ ନେଇ ପ୍ରଥମେ ଦୁଇ ପରିବାର ମଧ୍ୟରେ କଥାକଟାକଟି ହୋଇଥିଲା । ଏଥିରେ ଉଖିପ୍ତ ହୋଇ ବିରୋଧ କରିବାକୁ ଆସିଥିବା ପରିବାର ବୈକୁଣ୍ଠ ଓ ତାଙ୍କ ପୁଅକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପା ବୈକୁଣ୍ଠଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସତ ହେଉଛନ୍ତି । ତେବେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚି ମୃତ ବୈକୁଣ୍ଠ ସାହୁଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆକ୍ରମଣକାରୀ ମାନେ ଫେରାର ଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି । ଢେଙ୍କାନାଳ କାମାକ୍ଷାନଗରରୁ ପ୍ରଶାନ୍ତ ସାହୁଙ୍କ ରିପୋର୍ଟ

Share this…
Share on Facebook

Facebook