ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପନିକିରେ ହାଣିଲା ପିଶାଚ ସ୍ୱାମୀ ।

ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗାଁରେ । ଗାଁର ପ୍ରମୋଦ ରାଉତରାୟ ନିଜ ସ୍ତ୍ରୀ ମଲାରୁଣୀ ରାଉତରାୟଙ୍କୁ ପନିଖିରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁଯାୟୀ, ପ୍ରମୋଦ ଢେଙ୍କାନାଳରେ ରାଜମିସ୍ତ୍ରୀ କାମ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥଲେ । ଗତକାଲି କାମରୁ ଫେରି ପ୍ରମୋଦ ନିଜ ଗାଁ ପଥରଖମ୍ବକୁ ଆସିଥିଲେ । କୌଣସି କାରଣବଶତଃ ଆଜି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିଖିରେ ସ୍ତ୍ରୀ ମଲାରୁଣୀଙ୍କୁ ହାଣି ଦେଇଥିଲେ । ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକମାନେ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ଭର୍ତ୍ତି କରିଛନ୍ତି l ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।ତେବେ ଘଟଣା ପରେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡିଛି lReporter- ପ୍ରଶାନ୍ତ କୁମାର ସାହୁ,  କାମାକ୍ଷାନଗର #MPXTV

Share this…
Share on Facebook

Facebook