କୂଳରେ ଛକିଥିଲା କୁମ୍ଭୀର, ନଦୀରେ ଗୋଡ଼ ଧୋଇବା ବେଳେ ବେକକୁ ଧରି ଝାମ୍ପିନେଲା କୁମ୍ଭୀର ।

କୁମ୍ଭୀର ପାଟିରୁ ସିନା ବଂଚି , ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରୁଛି । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଖରସ୍ରୋତା ନଦୀ କୂଳରେ ଏପରି କୁମ୍ଭୀର ଆତଙ୍କ ଚରିଥିବା ବେଳେ ଭୟର ବାତାବରଣ ସାରା ନଦୀ କୂଳିଆଙ୍କୁ ଘାରିଛି । ରିପୋର୍ଟ ଅନୁଯାୟୀ ଭାରିଗଦା ପଂଚାୟତର ନିତ୍ୟାନନ୍ଦ ପାତ୍ର ନିଜ ଘରକୁ ଲାଗି ଖରସ୍ରୋତା ନଦୀ ତୁଠରେ ଗୋଡ଼ ହାତ ଧୋଉଥିବା ବେଳେ ଆଗରୁ ପାଣି କୂଳରେ ଛକିକି ଥିବା କୁମ୍ଭୀର ନିତ୍ୟାନନ୍ଦ ବେକକୁ ଧରି ପାଣିକୁ ଝାମ୍ପି ନେଇଥିଲା । ପ୍ରାଣ ବିକଳରେ କୁମ୍ଭୀର ପାଟିରୁ ଗୁରୁତର ଅବସ୍ଥାରେ ବଂଚି ଯାଇଛନ୍ତି । ତେବେ ଗାଁରେ ଲୋକ ଗୁରୁତର ଥିବା ନିତ୍ୟାନନ୍ଦଙ୍କୁ ଆଳି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରିଛନ୍ତି । କେନ୍ଦ୍ରାପଡ଼ାରୁ ଦଇତାରୀ ଜେନାଙ୍କ ରିପୋର୍ଟ କଳିଙ୍ଗ ଭାସ୍କର । MPX TV

Share this…
Share on Facebook

Facebook