ରାଜନୈତିକ ଶତ୍ରୁତାରୁ ବାପ ଓ ପୁଅକୁ ଆକ୍ରମଣ ।

ଚାନ୍ଦବାଲି: ରାଜନୈତିକ ଶତ୍ରୁତାରୁ ବାପ ଓ ପୁଅକୁ ଆକ୍ରମଣ । ରାଜନୈତିକ ଶତ୍ରୁତାରୁ ରକ୍ତମୁଖା ହୋଇଛନ୍ତି ଯୁବକ । କୋଦଳା ବେଂଟ ଓ ଲୁହା ରଡ଼ରେ ବାପ ପୁଅକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଚାନ୍ଦବାଲି ଭୁଇଁବୃତି ପଂଚାୟତ ମଧୁବାବୁ ଛକ ନିକଟରେ ଏପରି ରାଜନୈତିକ ହିଂସା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ ଗାଁର ମିଟୁ ସେଠୀ,କମ୍ବୁ ସେଠୀ ଓ ପ୍ରଫୁଲ ସେଠୀ ରକ୍ତମୁଖା ହୋଇ ଉଦକର ସେଠୀ ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବାପପୁଅଙ୍କୁ ସ୍ଥାନୀୟ ଲୋକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ତେବେ ଅଭିଯୁକ୍ତ ମାନେ ଆକ୍ରମଣ କରି କେଉଁ ଆଡ଼େ ଫେରାର ହୋଇ ଯାଇଛନ୍ତି । ତେବେ ଆହତ ବିଜେପି କର୍ମୀ ଉଦକର ସେଠୀ ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି । ଚାନ୍ଦବାଲିରୁ ଦେବକାନ୍ତ ମାହାନ୍ତିଙ୍କ ରିପୋର୍ଟ  ।

Share this…
Share on Facebook

Facebook