ଛପି ବସିଥିଲେ ବନ କର୍ମଚାରୀ, ମାଡ଼ି ବସିଲେ ବାଘ ଛାଲ ବେପାରୀକୁ ।

() ଉମରକୋଟ ବନ ବିଭାଗକୁ ସଫଳତା । ଛପି ବସିଥିଲେ ବନ କର୍ମଚାରୀ, ମାଡ଼ି ବସିଲେ ବାଘ ଛାଲ ବେପାରୀକୁ । ଆଜି ବନଖଣ୍ଡ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବାଘ ଚମଡ଼ା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ବନ ଅଧିକାରୀ ୩ଟି ଟିମ ଗଠନ କରି ଉମରକୋଟ ସେମଳା ଛକ ନିକଟରେ ଛକି ବସିଥିଲେ ।

ଠିକ୍ ଏହି ସମୟରେ ଅନନ୍ତ ପନକା ନାମକ ବ୍ୟକ୍ତି ଏକ କଲରାପତରିଆ ବାଘ ଚମଡ଼ା ନେଉଥିବା ବେଳେ ବନ କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ । ତେବେ ବନ କର୍ମଚାରୀ ବଘ ଚମଡ଼ାକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ତେବେ ଅଂଚଳରେ ଏକ ବାଘ ଶୀକାର ରାକେର୍ଟ ଚାଲୁଥିବା ନେଇ ବନ ଅଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି । ଉମରକୋଟରୁ ମନୋଜ କୁମାର ନାୟକଙ୍କ  ।

Share this…
Share on Facebook

Facebook