ରଥ ଟାଣୁ ଥିବା ବେଳେ ୧୧ କେଭି ବିଦ୍ଯୁତ ତାର ସଂଷ୍ପର୍ଶ ରେ ଆସି ୧ ମୃତ୍ଯୁ , ୭ଗୁରୁତର

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଳିଦା ପଞ୍ଚାୟତ ଗୁଡିଖାଳ ଗ୍ରାମରେ ରଥ ଟାଣୁ ଥିବା ବେଳେ ୧୧ କେଭି ବିଦ୍ଯୁତ ତାର ସଂଷ୍ପର୍ଶ ରେ ଆସି ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଜଣ ଗୁରୁତର ହୋଇଛନ୍ତି , ଆଜି ସଂଧ୍ଯା ରେ ଗୁଡିଖାଳ ଗ୍ରାମର ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ଯୁତ ତାର ସହିତ ରଥ ଟି ଲାଗି ଯାଇ ଥିଲା ,

ବର୍ଷା ଯୋଗୁଁ ରଥ ଟି ସମ୍ପୂର୍ଣ୍ଣ ଓଦା ହୋଇଥିବା ରୁ ରଥ କୁ ଛୁଇଂଁ ଥିବା ଲୋକମାନେ ବିଦ୍ଯୁତ ଆଘାତ ର ଶିକାର ହୋଇଥିଲେ , ସେମାନଙ୍କ ମଧ୍ଯ ରୁ ୮ ଜଣ ଙ୍କ ଅବସ୍ଥା ଗୁରୁତର ହେବା ରୁ ସମସ୍ତ ଙ୍ଗୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା , ସେମାନଙ୍କ ମଧ୍ଯ ରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ଯୁ ଘଟିଛି , ମୃତକ ଜଣକ ହେଲେ ଆଗରଡା ଗ୍ରାମର ଅନିଲ କୁମାର ସାହୁ , ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି .mpx news odia

Share this…
Share on Facebook

Facebook