ଖବର ଆଜିର…..ତାରିଖ ୦୨-୦୭-୨୦୨୨/ଶନିବାର

୧-Ind Vs Eng: ପନ୍ତଙ୍କ ବିସ୍ଫୋରକ ସ୍ମରଣୀୟ ଶତକ, ପ୍ରଥମ ଦିନରେ ସୁବିଧାଜନକ ସ୍ଥିତିରେ ଭାରତ ।ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ଓ୍ଵିକେଟ୍ ହରାଇ ୩୩୮ ରନ କରିଛି।

୨-ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର, ୫୯୩ ବିଲିୟନ ଡଲାର ଟପିଲା, ସୁନା ଭଣ୍ଡାରରେ ବି ବୃଦ୍ଧି ।

୩-ଦୁଇବର୍ଷ ପରେ ବଡଦାଣ୍ଡରେ ହେଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜନସମୁଦ୍ର ହେଲା ପୁରୀ।

୪-ତାଳଧ୍ଵଜ-ଦେବଦଳନ ପରେ ପହଞ୍ଚିଲା ନନ୍ଦିଘୋଷ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ ।

୫-କାଳିଆ ପାଖକୁ ଯାଉଥିଲେ, ସତରେ କାଳିଆ ତା’ ପାଖକୁ ଡାକିନେଲା ଜଣାଶୁଣା ଫଟୋ ସାମ୍ବାଦିକ ଅଶୋକ କୁମାର୍ ପଣ୍ଡା ଙ୍କୁ।

୬-ଭାରତକୁ ବଡ଼ ସଫଳତା, ଦେଶର ପ୍ରଥମ ପାଇଲଟ ବିହୀନ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ କଲା DRDO ।

୭-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ କଟେକଲ୍ୟାଣ ଏରିଆ କମିଟିର ଜଣେ ହାର୍ଡକୋର ନକ୍ସଲକୁ ମାରିଛି। ସରକାର ଏହି ନକ୍ସଲ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

୮-ଉଦୟପୁର ହିଂସା ପାଇଁ ନୂପୁର ଦାୟୀ’: ବର୍ଷିଲେ ସୁପ୍ରିମକୋର୍ଟ, କ୍ଷମା ମାଗିବାକୁ ନିର୍ଦ୍ଦେଶ ।

୯-ପ୍ରଶାନ୍ତ ନନ୍ଦଙ୍କୁ ‘ଆଦିକବି ସାରଳା ସମ୍ମାନ’ ।

୧୦-ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଆଣିବେ ନୂଆ ସମବାୟ ନୀତି: LAMPS ଓ PACS ଡିଜିଟାଲାଇଜେସନ୍ କରାଇବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ।

୧୧-ଆଜିଠୁ ବିଧାନସଭା ; ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

୧୨-Zee Newsରୁ ଇସ୍ତଫା ଦେଲେ ସୁଧୀର ଚୌଧରୀ ।

୧୩-ସାମ୍ବାଦିକ କଲ୍ୟାଣ ଯୋଜନା: ୩୫ ସାମ୍ବାଦିକ ପରିବାରକୁ ସହାୟତା ।

୧୪-କହ୍ନେୟାଲାଲ ହତ୍ୟା ମାମଲା: ଆଜମେର ଉଚ୍ଚସୁରକ୍ଷିତ କାରାଗାରକୁ ଟ୍ରାନ୍ସଫର ହେଲେ ରିୟାଜ ଓ ଗୌସ ମହମ୍ମଦ ।

୧୫-ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ଜଜ୍‌

୧୬-ରାଷ୍ଟ୍ରପତି ନିର୍ବାଚନ ନେଇ ଅକାଳୀ ଦଳର ଘୋଷଣା, ଏନଡିଏ ପ୍ରାର୍ଥୀଙ୍କୁ ଦେବ ସମର୍ଥନ ।
୧୭-ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ ଯୋଗେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ, ୟୁକ୍ରେନ ସଂକଟ ଉପରେ ଆଲୋଚନା

୧୮-ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଜେସିବି ଲଗାଇ ଉଦ୍ଧାର କରାଯାଉଛି ମୃତଦେହ, ଏବେ ବି ୫୫ ନିଖୋଜ

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook